ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହା ଠକେଇରେ ଅଭିଯୁକ୍ତ ହୀରା ବେପାରୀ ମେହୁଲ ଚୋକ୍‌ସୀ ବର୍ତ୍ତମାନ ଆଉ ଭାରତୀୟ ନାଗରିକ ନୁହନ୍ତି। ସୋମବାର ମେହୁଲ ଚୋକ୍‌ସୀ ନିଜ ଭାରତୀୟ ପାସ୍‌ପୋର୍ଟକୁ ସରେଣ୍ଡର କରିଛନ୍ତି। ଚୋକ୍‌ସୀ ଆଣ୍ଟିଗୁଆ ହାଇ କମିଶନ୍‌ରେ ତାଙ୍କ ପାସପୋର୍ଟ ଜମା କରାଇଛନ୍ତି।

ଚୋକ୍‌ସୀ ୨୦୧୭ରୁ ହିଁ ଆଣ୍ଟିଗୁଆର ନାଗରିକତା ଗ୍ରହଣ କରିଥିଲେ। ବର୍ତ୍ତମାନ ସେ ଆଣ୍ଟିଗୁଆରେ ବାସ କରୁଛନ୍ତି। ଭାରତୀୟ ନାଗରିକତା ଛାଡ଼ିବା ପାଇଁ ଚୋକ୍‌ସୀଙ୍କୁ ୧୭୭ ୟୁଏସ୍‌ ଡଲାରର ଡ୍ରାଫ୍ଟ ଜମା କରିବାକୁ ପଡ଼ିଥିଲା।

ମେହୁଲ ଚୋକ୍‌ସୀ ଓ ତାଙ୍କ ଭଣଜା ନିରବ ମୋଦି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରୁ ପ୍ରାୟ ୪ ହଜାର କୋଟି ଟଙ୍କାର ଋଣ ନେଇ ଫେରାର୍‌ ହୋଇଯାଇଥିଲେ।

Comment