ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁମ୍ବାଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇରେ ସପୃକ୍ତ ବ୍ୟବସାୟୀ ନୀରବ ମୋଦି ଭାରତକୁ ଫେରିବେ ନାହିଁ ବୋଲି କହିଛନ୍ତି। ଭାରତରେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା କାରଣରୁ ଭାରତ ଫେରୁ ନାହାଁନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜାରି କରାଯାଇଥିବା ପଳାତକ ନୋଟିସର ଉତ୍ତରରେ ନୀରବ ଅଦାଲତକୁ ଏହା କହିଛନ୍ତି।

ଉତ୍ତରରେ ନୀରବ ଏହା ମଧ୍ୟ କହିଛନ୍ତି କି, “ମୁଁ କିଛି ଭୁଲ କରିନି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସ୍କାମ ଏକ ସିଭିଲ ଟ୍ରାନ୍‌ଜାକ୍ସନ ଥିଲା। ଏହାର ଅଲଗା ନାମ ଦିଆଯାଉଛି।”

ଶୁକ୍ରବାର ନୀରବ ମୋଦିଙ୍କ ଥାଇଲ୍ୟାଣ୍ଡରେ ଥିବା ୧୩.୧୪କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି ଇଡି। ଏହାସହ ୨୦୧୮ରେ ନୀରବଙ୍କ ୧୩.୮୬ କୋଟି ଟଙ୍କାର ସେୟାର ଜବତ କରିଛି। ୧୭୬ ଷ୍ଟିଲ ଆଲମିରା ଏବଂ ୬୦ଟି ପ୍ଲାଷ୍ଟିକ କଣ୍ଟେନର ମଧ୍ୟ ଜବତ କରିଛି ଇଡି। ତାଙ୍କର ଦୁବାଇ ସ୍ଥିତ ୫୬କୋଟି ଟଙ୍କାରୁ ଅଧିକ ସମ୍ପତ୍ତିକୁ ମଧ୍ୟ ଜବତ କରିଥିଲା।

ଅକ୍ଟୋବର ୨୦୧୮ରେ ନୀରବ ମୋଦି ଓ ତାଙ୍କ ପରିବାରର ୬୩୭କୋଟି ଟଙ୍କାର ସମ୍ପତ୍ତିକୁ ଇଡି ବାଜ୍ୟାପ୍ତି କରିଥିଲେ। ଏଥିରେ ନ୍ୟୁୟର୍କର ସେଣ୍ଟ୍ରାଲ ପାର୍କ ସ୍ଥିତ ୨ଟି ଆପାର୍ଟମେଣ୍ଟ ସାମିଲ ରହିଛି।

Comment