ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୈନ୍ୟ ବାହିନୀରେ ନିଯୁକ୍ତି ପାଇଁ ଆସନ୍ତା ୧୮ ଅଗଷ୍ଟଠାରୁ ୨୪ ଅଗଷ୍ଟ ପର୍ଯ୍ୟନ୍ତ ପାରାଦ୍ୱୀପର ଗୋପବନ୍ଧୁ ଷ୍ଟାଡିୟମରେ ନିଯୁକ୍ତି ରାଲି ଅନୁଷ୍ଠିତ ହେବ। ଏହି ନିଯୁକ୍ତି ରାଲିରେ ଉପକୂଳର ୧୦ଟି ଜିଲ୍ଲା କଟକ, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ବାଲେଶ୍ଵର, ଖୋର୍ଦ୍ଧା, ବାଲେଶ୍ଵର, ଯାଜପୁର, ପୁରୀ ଏବଂ ଭଦ୍ରକ ଜିଲ୍ଲାର ଇଚ୍ଛୁକ ପ୍ରାର୍ଥୀ ଅଂଶଗ୍ରହଣ କରିପାରିବେ।

ଏଥିପାଇଁ ୧୯ ଜୁନ ୨୦୧୯ରୁ ୨ ଅଗଷ୍ଟ ୨୦୧୯ ଠାରୁ ଅଲନାଇନରେ ଫର୍ମ ଆବେଦନ କରାଯିବ। ଓ୍ଵେବସାଇଟ www.joinindianarmy.nic.in ମାଧ୍ୟମରେ ନିଯୁକ୍ତି ରାଲିରେ ନାମ ପଞ୍ଜିକରଣ କରିପାରିବେ। ଏହି ଆବେଦନ ସମ୍ପପୂର୍ଣ୍ଣ ଦେୟ ମୁକ୍ତ।

Comment