ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଟେଲିକମ୍‌ କମ୍ପାନି ଭାରତୀ ଏୟାରଟେଲ୍‌ ଏବେ ଭାରତରେ ତା’ର ୩ଜି ସେବା ବନ୍ଦ କରିବାକୁ ଯୋଜନା କରୁଛି। ଏଥିସହିତ ଶୁକ୍ରବାର ଏୟାରଟେଲ କୋଲକାତାରୁ ଏହାର ୩ଜି ସେବା ବନ୍ଦ କରିବାକୁ ଘୋଷଣା କରିଛି। କମ୍ପାନି ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ୪ଜିବି ସେବା ଉପରେ ଫୋକସ୍‌ କରୁଛି।

ଏନେଇ ଏୟାରଟେଲର ଚିଫ୍ ଟେକନୋଲଜି ଅଫିସର ରଣଦିପ ସେଖୋ କହିଛନ୍ତି ଯେ, “ସାରା ଦେଶରେ ଆମ ଯୋଜନା ମାଧ୍ୟମରେ ୩ଜି ବନ୍ଦକରି ୪ଜିର ସେବା ଯୋଗାଇ ଦେବ।”

କୋଲକାତାରେ ଏୟାରଟେଲ ୪ଜି ସେବା ପାଇଁ ୯୦୦ ମେଗାହର୍ଟଜର ଏକ ବ୍ୟାଣ୍ଡ ବ୍ୟବହାର କରାଯିବ। ଏହାର ବ୍ୟବହାର ପ୍ରଥମେ ୩ଜି ପାଇଁ ହେଉଥିଲା। ରଣଦିପ ଆହୁରି ମଧ୍ୟ କହିଛନ୍ତି, “ଏୟାରଟେଲ ତାର ୪ଜି ନେଟଓ୍ଵର୍କକୁ ମଜବୁତ କରିବାକୁ ୩ଜି’ରେ ବ୍ୟବହାର ହେଉଥିବା ୯୦୦ ମେଗାହର୍ଟଜର ପୁନଃବ୍ୟବହାର କରିଛି। କମ୍ପାନି ୯୦୦ ମେଗାହର୍ଟଜର ବ୍ୟାଣ୍ଡରେ ଅତ୍ୟାଧୁନିକ ଏଲ-୯୦୦ ଟେକ୍ନୋଲୋଜି ବ୍ୟବହାର କରିବ।”

ଏୟାରଟେଲର ଦାବି କରିଛି ଯେ, ଏଲ୍‌-୯୦୦ ଟେକ୍ନୋଲଜି ବ୍ୟବହାର ଦ୍ଵାରା ଗ୍ରାହକ ନିଜ ସ୍ମାର୍ଟଫୋନରେ ଉଚିତ ୪ଜି ସେବାର ମଜା ଉଠାଇ ପରିବେ।

Comment