ଓଡ଼ିଶାଲାଇଭ ବ୍ୟୁରୋ

ଫ୍ଲାଏଓଭର ବ୍ରିଜ ତଳେ ପାର୍କିଂ କଲେ ଜରିମାନା ଦେବାକୁ ପଡ଼ିବ ବୋଲି କମିଶନରେଟ ପୋଲିସ ଘୋଷଣା କରିଛି। ଏହାକୁ ଅମାନ୍ୟ କଲେ ମୋଟା ଅଙ୍କର ଜରିମାନା ଦବାକୁ ପଡିବ।

ଏଣିକି ଫ୍ଲାଏଓଭର ବ୍ରିଜ ତଳେ ଗାଡ଼ି ପାର୍କିଂ କଲେ ଜରିମାନା ଦବାକୁ ପଡ଼ିବ। ଏଭଳି ଏକ ନିୟମ ଘୋଷଣା କରିଛି କମିଶନରେଟ ପୋଲିସ। ଏନେଇ ଟ୍ରାଫିକ ଥାନାକୁ ନିର୍ଦ୍ଦେଶ ଦେଇଛି କମିଶନରେଟ ପୋଲିସ। ଏହାକୁ ଉଲ୍ଲଘଂନ କଲେ ଗାଡ଼ି ଉପରେ ନୋଟିସ ଲଗାଯିବ।

ଏନେଇ ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି,” ଆମେ ଏହି ମାସ ୨୫ ତାରିଖରୁ ଯାଞ୍ଚ ଆରମ୍ଭ କରିଦେଇଛୁ। ଆମକୁ ଏହି ନିୟମ ବଜାୟ ରଖିବାକୁ ହେବ ଏବଂ ନିୟମିତ ଏହାକୁ ତଦାରଖ କରିବାକୁ ପଡ଼ିବ। ଯଦି ଏହି ନିୟମକୁ ଉଲ୍ଲଘଂନ କରାଯାଏ ତେବେ ଗାଡ଼ିକୁ କ୍ରେନରେ ଜବତ କରାଯିବ।“

କିଛି ଲୋକଙ୍କ ଘରେ ପାର୍କିଂ ସୁବିଧା ନଥିବାରୁ ବମିଖାଲ, ଝାରପଡ଼ା, ପଳାଶୁଣୀ-ରସୁଲଗଡ଼ ଫ୍ଲାଏଓଭର ବ୍ରିଜରେ ପାର୍କିଂ କରୁଛନ୍ତି ଫଳରେ ଯାତାୟତ ସମୟରେ ବହୁତ ଭିଡ ହେଉଛି।

ସେହିଭଳି ଲକ୍ଷ୍ମୀସାଗର ଫ୍ଲାଏଓଭର ତଳେ ପୁରଣା ଭଙ୍ଗା ଗାଡ଼ି ଓ କେବିନର ଗ୍ୟାରେଜ ପାଲଟିଛି। ଅନେକ ଜାଗାରେ ଟ୍ରକ ପାର୍କିଂ ମଧ୍ୟ ହେଉଛି। ଅନେକ ସମୟରେ ମାର୍କେଟିଂ ପାଇଁ ଆସୁଥିବା ଲୋକମାନେ ମଧ୍ୟ ଗାଡ଼ି ପାର୍କିଂ କରୁଛନ୍ତି।

ଏହି ବେଆଇନ ପାର୍କିଂକୁ ରୋକିବାକୁ କମିଶନରେଟ ପୋଲିସ ଏହି ବ୍ୟବସ୍ଥା କରିଛନ୍ତି। ଏହାକୁ ଅମାନ୍ୟ କଲେ ଲୋକଙ୍କୁ ମୋଟା ଅଙ୍କର ଜୋରିମାନା ଦବାକୁ ପଡିବ।

Comment