ଓଡ଼ିଶାଲାଇଭ ବ୍ୟୁରୋ

ସ୍ଵିସ୍ ବ୍ୟାଙ୍କରେ ଟଙ୍କା ଜମା କରିବା କ୍ଷେତ୍ରରେ ଭାରତ ୭୪ତମ ସ୍ଥାନରେ ରହିଛି। ଗତବର୍ଷ ଭାରତ ୭୩ତମ ସ୍ଥାନରେ ରହିଥିଲା ଏବଂ ତା ପୂର୍ବ ବର୍ଷ ୮୮ତମ ସ୍ଥାନରେ ରହିଥିଲା। ସ୍ଵିସ୍ ବ୍ୟାଙ୍କରେ ଟଙ୍କା ଜମାରେ ଶୀର୍ଷ ସ୍ଥାନରେ ରହିଛି ବ୍ରିଟେନ ବୋଲି ସ୍ଵିଜରଲାଣ୍ଡ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡିଛି।

ଅଧିକ ଟଙ୍କା ରଖିବା କ୍ଷେତ୍ରରେ ବ୍ରିଟେନ ପଛକୁ ଆମେରିକା ଦ୍ଵିତୀୟ, ଓ୍ଵେଷ୍ଟଇଣ୍ଡିଜ ତୃତୀୟ, ପ୍ରାନ୍ସ ଚତୁର୍ଥ, ଓ ହଂକଂ ପଞ୍ଚମ ସ୍ଥାନରେ ରହିଛି। ବିଦେଶୀମାନେ ଜମା କରିଥିବା ଟଙ୍କା ତୁଳନାରେ ଭାରତ ୦.୦୭ ପ୍ରତିଶତ ଟଙ୍କା ରଖିଛି। ସେହିପରି ବ୍ରିଟେନ ମୋଟ ଜମାରାଶି ମଧ୍ୟରୁ ୨୬ ପ୍ରତିଶତରୁ ଅଧିକ ଅର୍ଥ ରଖିଛି।

ସ୍ଵିସ୍ ବ୍ୟାଙ୍କରେ ଟଙ୍କା ଜମା ରଖିବା କ୍ଷେତ୍ରରେ ଭାରତ ୧୯୯୬ରୁ ୨୦୦୭ ମଧ୍ୟରେ ଶୀର୍ଷ ୫୦ଟି ଦେଶ ମଧ୍ୟରେ ରହୁଥିଲା। କିନ୍ତୁ ଏହପରେ ଭାରତ ରାଙ୍କ ହ୍ରାସ, ବୃଦ୍ଧି ପାଇବାରେ ଲାଗିଛି। ୨୦୦୮ରେ ଭାରତ ୫୫ସ୍ଥାନ, ୨୦୦୯ ଏବଂ ୨୦୧୦ରେ ୫୯ତମ ସ୍ଥାନ, ୨୦୧୧ରେ ୫୫ତମ ସ୍ଥାନ ଏବଂ ୨୦୧୩ରେ ୫୮ତମ ସ୍ଥାନରେ ରହିଥିଲା।

Comment