ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟ୍‌ ବିଶ୍ୱକପ୍‌-୨୦୧୯ର ୪୧ ତମ ମ୍ୟାଚ୍‌ରେ ବୁଧବାର ଦୁଇ ଶକ୍ତଶାଳୀ ଦଳ ନ୍ୟୁଜିଲାଣ୍ଡ-ଇଂଲଣ୍ଡ ମୁହାଁମୁହିଁ ହୋଇଛନ୍ତି। ଅପରାହ୍‌ଣ ୩ଟା ବେଳେ ଚେଷ୍ଟର-ଲି-ଷ୍ଟ୍ରିଟ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ତେବେ ଇଂଲଣ୍ଡର ରଣନୀତିକୁ ଘେରିବା ପାଇଁ ପଡ଼ିଆକୁ ଓହ୍ଲାଇଛି ନ୍ୟୁଜିଲାଣ୍ଡ ଟିମ୍‌।

ଚଳିତ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଦୁଇଟି ଶକ୍ତିଶାଳୀ ଟିମ୍‌ ଭାବେ ନିଜ ପ୍ରଦର୍ଶନ ଦେଖାଇଛନ୍ତି। ନ୍ୟୁଜିଲାଣ୍ଡ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍‌ ଖେଳି ୫ଟି ବିଜୟ,୨ଟି ପରାଜୟ ଏବଂ ଗୋଟିଏ ବାତିଲ ସହିତ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି। ସେହିପରି ଇଂଲଣ୍ଡ ଏଯାଏଁ ୮ଟି ମ୍ୟାଚ୍‌ ଖେଳି ୫ଟି ବିଜୟ ଓ ୩ଟି ପରାଜୟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି।

ଦୁଇ ଶକ୍ତିଶାଳୀ ଟିମ୍‌ ନ୍ୟୁଜିଲାଣ୍ଡ-ଇଂଲଣ୍ଡ ମଧ୍ୟରେ ଜୋରଦାର ଲଢ଼େଇ ଚାଲିଛି।

Comment