ଓଡ଼ିଶାଲାଇଭ ବ୍ୟୁରୋ

ଆଇସିସି କ୍ରିକେଟ୍ ବିଶ୍ୱକପରେ ସେମିଫାଇନାଲ ଲାଇନଅପ୍ ଚୂଡାନ୍ତ ହୋଇଛି। ବର୍ତ୍ତମାନ ବିଶ୍ୱକପ ପଏଣ୍ଟ ଟେବୁଲକୁ ଦେଖିଲେ ଏହା ଜଣାପଡୁଛି। ବିଶ୍ୱକପର ଚାରୋଟି ଦଳ ଅଷ୍ଟ୍ରେଲିଆ, ଭାରତ, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ଦଳ ପ୍ରାୟତଃ ସେମିଫାଇନାଲ ଖେଳିବା ନିଶ୍ଚିତ।

ସେମିଫାଇନାଲରେ ପ୍ରବେଶ ପାଇଁ ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ଇଂଲଣ୍ଡ ମଧ୍ୟରେ ଜୋରଦାର ଲଢେଇ ହେଇଥିଲା ବେଳେ ଏଥିରେ ବାଜି ମାରିନେଇଛି ଇଂଲଣ୍ଡ ଦଳ।

ପାକିସ୍ତାନ ପାଖରେ ବର୍ତ୍ତମାନ ପର୍ଯ୍ୟନ୍ତ ସୁଯୋଗ ଥିଲେ ମଧ୍ୟ ତାହା ଅସମ୍ଭବ ମନେ ହେଉଛି। ଗତ କାଲିର ମ୍ୟାଚ ପରେ ନ୍ୟୁଜିଲାଣ୍ଡ ପରାସ୍ତ ହୋଇ ୧୧ ପଏଣ୍ଟରେ ରହିଛି। ସେହପରି ପାକିସ୍ତାନର ଆଉ ଗୋଟେ ମ୍ୟାଚ ବାକିଥାଇ ୯ ପଏଣ୍ଟରେ ରହିଛି। ଯଦି ଆଗାମୀ ବାଂଲାଦେଶ ବିପକ୍ଷ ମ୍ୟାଚରେ ପାକିସ୍ତାନ ୩୧୬ରନ ବ୍ୟବଧାନରେ ବିଜୟୀ ହୁଏ ତେବେ ପାକିସ୍ତାନ ସେମିଫାଇନାଲ ଯିବାର ସମ୍ଭାବନା ରହିଛି।

ମାତ୍ର ଏହା ଅସମ୍ଭବ କାରଣ ନ୍ୟୁଜିଲାଣ୍ଡର ନେଟ ରନରେଟ ୦.୧୭୫ ଥଲାବେଳେ ପାକିସ୍ତାନର -୦.୭୯୨ ରହିଛି। ତେବେ ଏତେ ବଡ ବ୍ୟବଧାନରେ ଜିତିବା ପାକିସ୍ତାନ ପାଇଁ ଦିବାସ୍ଵପ୍ନ ପରି ହେବ।

ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ, ଭାରତ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ସେମିଫାଇନାଲ ଖେଳିବା ନିଶ୍ଚିତ। ତେବେ କେଉଁ ଦଳ କେଉଁ ଦଳ ବିପକ୍ଷରେ ସେମିଫାଇନାଲ ଖେଳିବ ତାହା ସମସ୍ତ ଲିଗ୍ ମ୍ୟାଚ୍ ପରେ ହିଁ ଜଣାପଡିବ।

LEAVE A REPLY

Please enter your comment!
Please enter your name here