ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ କ୍ରିକେଟ୍‌ ବିଶ୍ୱକପ୍ ମହାସମରରେ ଛକା ସଂଖ୍ୟା ୩୦୦ ଟପିଲା। ଆଜି ବାଂଲାଦେଶ-ଭାରତ ମଧ୍ୟରେ ଚାଲିଥିବା ୪୦ ତମ ମ୍ୟାଚ୍‌ରେ ବିଶ୍ୱକପ୍ ୨୦୧୯ର ଛକା ସଂଖ୍ୟା ୩୦୦ ଟପିଛି। ତେବେ ଚଳିତ ସିଜନରେ ଏପର୍ଯ୍ୟନ୍ତ ୬୮ ଛକା ମାରି ତାଲିକାର ପ୍ରଥମ ସ୍ଥାନରେ ରହିଛି ଆୟୋଜକ ଇଂଲଣ୍ଡ ଟିମ୍‌।

ଗତ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଇଂଲଣ୍ଡ ଦଳର ଅଧିନାୟକ ଇୟନ୍‌ ମୋର୍ଗାନ ସବୁଠୁ ଅଧିକ ଛକା ମାରି ଇଂଲଣ୍ଡକୁ ତାଲିକାର ପ୍ରଥମ ସ୍ଥାନକୁ ଆଣିଛନ୍ତି। ଇଂଲଣ୍ଡ ପଛରେ ୱେଷ୍ଟଇଣ୍ଡିଜ୍ ୪୭, ଅଷ୍ଟ୍ରେଲିଆ ୩୮, ଭାରତ ଓ ପାକିସ୍ତାନ ୨୭, ଆଫଗାନିସ୍ତାନ ୨୨, ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ୨୨, ବାଂଲାଦେଶ ୧୭ ଏବଂ ଶ୍ରୀଲଙ୍କା ୧୪ ଛକା ମାରିଛି।

ଖେଳାଳି ଭାବେ ଦେଖିବାକୁ ଗଲେ ଇଂଲଣ୍ଡ ଟିମ୍‌ର ଅଧିନାୟକ ଇୟନ୍‌ ମୋର୍ଗାନ ୭ଟି ମ୍ୟାଚ୍‌ ଖେଳି ସର୍ବାଧିକ ୨୨ଟି ଛକା ମାରି ପ୍ରଥମ ସ୍ଥାନରେ ରହିଛନ୍ତି। ସେଥିମଧ୍ୟରୁ ଆଫଗାନିସ୍ତାନ ବିପକ୍ଷରେ ମୋର୍ଗାନ ଏକାକି ୧୭ ଛକା ଲଗାଇଛନ୍ତି।

ସେହିପରି ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ ୧୮ ଛକା ମାରି ମେର୍ଗାନଙ୍କ ପଛରେ ରହିଛନ୍ତି। ଫିଞ୍ଚଙ୍କ ପଛକୁ ୧୨ ଛକା ମାରି ରନ୍‌ ମାଷ୍ଟର ରୋହିତ ଶର୍ମା ତୃତୀୟ ସ୍ଥାନରେ ରହିଛନ୍ତି।

Comment