ଓଡ଼ିଶାଲାଇଭ ବ୍ୟୁରୋ

ବିଶ୍ଵ ବିଜେତା ହେବାକୁ ହେଲେ ଇଂଲଣ୍ଡ ଆଗରେ ୨୪୨ ରନର ବିଜୟ ଲକ୍ଷ୍ୟକୁ ୫୦ ଓଭରରେ ପୂରା କରିବାକୁ ହେବ। ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ ହରାଇ ୨୪୧ରନ କରିଥିଲା। ଏହାସହ ଇଂଲଣ୍ଡକୁ ୨୪୨ରନର ବିଜୟ ଲକ୍ଷ୍ୟ ଦେଇଛି ନ୍ୟୁଜିଲାଣ୍ଡ।

ଦଳ ପକ୍ଷରୁ ଦୁଇ ଓପନର ଏତେ ଭଲ ଆରମ୍ଭ କରିପାରିନଥିଲେ। ୬ ଓଭରରେ ଦଳୀୟ ସ୍କୋର ୨୯ ହୋଇତିବା ବେଳେ ଦଳକୁ ପ୍ରଥମ ଝଟକା ଲାଗିଥିଲା। ମାର୍ଟିନ ଗପ୍ଟିଲ ବ୍ୟକ୍ତିଗତ ୧୯ରନ କରି ପାଭିଲିୟନ ଫେରିଯାଇଥିଲେ। ପରେ ହେନେରୀ ନିକୋଲ୍ସ ଓ କେନ ଓ୍ଵିଲିୟମସନଙ୍କ ଏକ ଉତ୍ତମ ଭାଗିଦାରୀ ହୋଇଥିଲା। ହେଲେ ୨୨ ଓଭରରେ ଦଳୀୟ ସ୍କୋର ୧୦୩ ହୋଇଥିବା ବେଳେ କେନ ଓ୍ଵିଲିୟମସନ ୩୦ରନ କରି ଆଉଟ ହୋଇଥିଲେ। ଦଳ ପକ୍ଷରୁ ହେନେରୀ ନିକୋଲ୍ସ ଅର୍ଦ୍ଧଶତକ ଓ ଟମ ଲାଥମ ୪୭ରନ କରିଛନ୍ତି।

ପରେ ଦଳ ପକ୍ଷରୁ କୌଣସିବି ବ୍ୟାଟ୍ସମ୍ୟାନ ସନ୍ତୋଷଜନକ ପ୍ରଦର୍ଶନ କରିପାରିନଥିଲେ। ଫଳରେ ଦଳ ୫୦ ଓଭରରେ ୮ ଓ୍ଵିକେଟ ହରାଇ ୨୪୧ ରନ କରିବାକୁ ସକ୍ଷମ ହୋଇଛି। । ଇଂଲଣ୍ଡ ପକ୍ଷରୁ କ୍ରିସ ଓ୍ଵକ୍ସ ଓ ଲିଆମ ପ୍ଲୁଙ୍କେଟ ସର୍ବାଧିକ ୩ଟି ଲେଖାଏଁ ଓ୍ଵିକେଟ ନେଇଛନ୍ତି। ଇଂଲଣ୍ଡକୁ ଜିତିବାକୁ ହେଲେ ୨୪୨ରନ କରିବାକୁ ହେବ।

Comment