ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌ରେ ଆଜି ଦୁଇ ଶକ୍ତିଶାଳୀ ଦେଶ ମଧ୍ୟରେ ଲଢ଼େଇ ଜାରି ରହିଛି। ଘରୋଇ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଏହି ହାଇଭୋଲ୍ଟେଜ ମ୍ୟାଚ୍‌ରେ ଇଂଲଣ୍ଡକୁ ୨୮୬ ରନ୍‌ର ଟାର୍ଗେଟ୍‌ ଦେଇଛି ଅଷ୍ଟ୍ରେଲିଆ।

ଟସ୍‌ ଜିତି ଇଂଲଣ୍ଡ ପ୍ରଥମ ବୋଲି ନିଷ୍ପତ୍ତି ନେଇଥିବା ବେଳେ ପଡ଼ିଆକୁ ଓହ୍ଲାଇଥିଲେ କଙ୍ଗାରୁ ଦଳ। ଅଧିନାୟକ ଆରୋନ୍‌ ଫିଞ୍ଚ୍‌ ଏବଂ ଡାଭିଡ ୱାର୍ଣ୍ଣରଙ୍କ ଭଲ ପାର୍ଟନରସିପ୍‌ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୨୮୫ ରନ୍‌ ସଂଗ୍ରହ କରିଛି। ଆଜିର ମ୍ୟାଚ୍‌ରେ ଆରୋନ୍‌ ଫିଞ୍ଚ୍‌ ଧୂଆଁଧାର ଶତକ ଲଗାଇଛନ୍ତି।

ଅନ୍ୟପକ୍ଷରେ ଆଯୋଜକ ଇଂଲଣ୍ଡ ଟିମ୍‌ ପକ୍ଷରୁ ଭଲ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଛି। ସମସ୍ତ ବୋଲର ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିବା ବେଳେ କ୍ରିସ୍‌ ୱେକ୍ସ ସର୍ବାଧିକ ୨ଟି ୱିକେଟ୍ ସଂଗ୍ରହ କରିଛନ୍ତି। ଏଥିସହିତ ଇଂଲଣ୍ଡ ୨୮୫ ରନ୍‌ରେ ଅଷ୍ଟ୍ରେଲିଆକୁ ରୋକିବାରେ ସକ୍ଷମ ହୋଇଛନ୍ତି। ବର୍ତ୍ତମାନ ଜିତିବା ପାଇଁ ଇଂଲଣ୍ଡ ଆଗରେ ୨୮୬ ରନ୍‌ର ବିଜୟଲକ୍ଷ୍ୟ।

Comment