ଓଡ଼ିଶାଲାଇଭ ବ୍ୟୁରୋ

ପଦ୍ମଶ୍ରୀ ବିଜେତାଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏନେଇ ସଂସ୍କୃତି ବିଭାଗ ପକ୍ଷରୁ ଆସିଥିବା ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋହର ମାରିଛନ୍ତି।

କେନ୍ଦୁଝର ଜିଲ୍ଲା ତଳବୈତରଣୀ ଗାଁର ଦୈତାରି ନାୟକ ନିକଟରେ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ।

ଦୈତାରି ନିଜ ଉଦ୍ୟମ ବଳରେ ପାହାଡ଼କୁ କାଟି ନିଜ କ୍ଷେତକୁ ପାଣି ଆଣି ପାରିଥିଲେ। ଦୈତାରିଙ୍କ ଏହି ଉଦ୍ୟମରେ ଅନ୍ୟ ଲୋକମାନେ ଉପକୃତ ହୋଇଥିଲେ। ଏହି ସଫଳତା ପାଇଁ ଦୈତାରିଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେଇଥିଲେ କେନ୍ଦ୍ର ସରକାର।

ତେବେ ଦୈତାରିଙ୍କ ଆର୍ଥିକ ସ୍ଥିତି ଭଲ ନଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏନେଇ ଓଡ଼ିଶାର ପଦ୍ମଶ୍ରୀ ବିଜେତାମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌କୁ ଏକ ପ୍ରସ୍ତାବ ଦିଆଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହର ମାରିଛନ୍ତି।

ଆର୍ଥିକ ସ୍ୱଚ୍ଛଳ ନଥିବା ପଦ୍ମଶ୍ରୀ ବିଜେତାମାନଙ୍କୁ ମାସିକ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବେ ସରକାର।

ଓଡ଼ିଶାରୁ ୮୪ ଜଣ ପଦ୍ମଶ୍ରୀ ସମ୍ମାନ ପାଇଥିଲେ। ସେମାନଙ୍କ ମଧ୍ୟରୁ ୪୫ ଜଣ ଆରପାରିକୁ ଚାଲି ଯାଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି।

Comment