ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ମାତ୍ର ଗୋଟିଏ ଦିନ ପରେ ପୁରୀରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ମହାପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ। ପୁରୀରେ ଏଥିପାଇଁ ଆରମ୍ଭ ହୋଇଛ ପ୍ରସ୍ତୁତି। ମହାପ୍ରଭୁଙ୍କ ଏହି ବାହୁଡ଼ା ଯାତ୍ରା ଦେଖିବା ପାଇଁ ପୃଥିବୀର ବିଭିନ୍ନ କୋଣ ଅନୁକୋଣରୁ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ପୁରୀ ଆସିଛନ୍ତି।

ପୁରୀ ଆସିପାରି ନଥିବା ଭକ୍ତଙ୍କ ପାଖରେ ଏହି ବାହୁଡ଼ା ଯାତ୍ରାକୁ ପହଞ୍ଚାଇବା ପାଇଁ ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ପ୍ରୟାସ କରାଯାଉଛି। ଡିଜିଟାଲ ମିଡିଆ (ମୋବାଇଲ୍ ଫୋନ୍, କମ୍ପ୍ୟୁଟର ଓ ସ୍ମାର୍ଟ ଟିଭି) ମାଧ୍ୟମରେ ଲୋକେ ପୁରୀ ରଥଯାତ୍ରାର ସମ୍ପୂର୍ଣ୍ଣ ଧାରା ବିବରଣୀ ଘରେ ରହି ଦେଖିପାରିବେ।

ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲ (www.youtube.com/odishalive) ଏବଂ ଫେସ୍‌ବୁକ୍‌ ପେଜ୍‌ (www.facebook.com/odishalive) ମାଧ୍ୟମରେ ଲୋକେ ପୁରୀରୁ ବାହୁଡ଼ା ଯାତ୍ରାର ସମ୍ପୂର୍ଣ୍ଣ ଧାରାବିବରଣୀ ଦେଖି ପାରିବେ।

ରଥଯାତ୍ରାର ପ୍ରମୁଖ କାର୍ଯ୍ୟକ୍ରମର ଓଡ଼ିଶାଲାଇଭ୍‌ରେ ଲାଇଭ୍‌ଷ୍ଟ୍ରିମିଂ କରାଯାଉଛି। ବାହୁଡ଼ା ଯାତ୍ରା ଦିନ ଅର୍ଥାତ୍ ୧୨ ଜୁଲାଇ ଶୁକ୍ରବାର ସକାଳ ୮ଟାରୁ ଲାଇଭ୍‌ ଷ୍ଟ୍ରିମିଂ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଏବଂ ଫେସ୍‌ବୁକ୍‌ରେ ଆପଣମାନେ ପୁରୀରୁ ସିଧାପ୍ରସାରଣ ଦେଖିପାରିବେ।

୧୩ ଜୁଲାଇ ଶନିବାର ଅପରାହ୍‌ଣ ୩ଟାରୁ ୧୧ଟା ପର୍ଯ୍ୟନ୍ତ ଶ୍ରୀଜୀଉମାନଙ୍କ ସୁନାବେଶର ସିଧାପ୍ରସାରଣ ଓଡ଼ିଶାଲାଇଭ୍‌ ମାଧ୍ୟମରେ ଆପଣମାନେ ଦେଖିପାରିବେ। ସେହିପରି ଅଧରନୀତି ବା ଅଧରପଣାର ସିଧାପ୍ରସାରଣ ୧୪ ଜୁଲାଇ ରବିବାର ସନ୍ଧ୍ୟା ୭ଟାରୁ ୧୦ଟା ଯାଏଁ ଦେଖିପାରିବେ।

ଅଗ୍ରଣୀ ଡିଜିଟାଲ ମିଡିଆ ଭାବେ ଓଡ଼ିଶାଲାଇଭ୍‌ କିଛି ବର୍ଷ ହେଲା ରଥଯାତ୍ରାର ଲାଇଭ୍‌ଷ୍ଟ୍ରିମିଂ କରି ଆସୁଛି।

ଗତ ୪ ତାରିଖ ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥିଲା। ପୁରୀରୁ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର ସିଧାପ୍ରସାରଣ ପ୍ରାୟ ୧୩ ଲକ୍ଷରୁ ଅଧିକ ଦର୍ଶକ ଓଡ଼ିଶାଲାଇଭ୍ ଡିଜିଟାଲ ପ୍ଲାଟ୍‌ଫର୍ମରେ  ଦେଖିଥିଲେ।

୨୦୧୮ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସିଧାପ୍ରସାରଣ କରି ଓଡ଼ିଶାଲାଇଭ୍ ବିଶେଷ ସଫଳତା ହାସଲ କରିଥିଲା। ପୁରୀରୁ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର ସିଧାପ୍ରସାରଣ ଦିନ ୧୦ ଲକ୍ଷରୁ ଅଧିକ ଦର୍ଶକ ଓଡ଼ିଶାଲାଇଭ୍‌ର ଡିଜିଟାଲ ମିଡିଆ ମାଧ୍ୟମରେ ଯୋଡ଼ି ହୋଇଥିଲେ। ସେହିପରି ରଥଯାତ୍ରାର ଅନ୍ୟ ଇଭେଣ୍ଟଗୁଡ଼ିକରେ ମଧ୍ୟ ବହୁ ସଂଖ୍ୟାରେ ଦର୍ଶକ ଓଡ଼ିଶାଲାଇଭ୍ ପ୍ଲାଟଫର୍ମରେ ମହାପ୍ରଭୁଙ୍କ ଏହି ଅପୂର୍ବ କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ପାଇଥିଲେ।

Comment