ଓଡ଼ିଶାଲାଇଭ୍ ବ୍ୟୁରୋ
ଡିଜେଲ ଦର ବୃଦ୍ଧି ଯୋଗୁଁ ବସ୍ ଭଡ଼ା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସାଧାରଣ, ଏକ୍ସପ୍ରେସ୍, ଡିଲକ୍ସ, ଏସି ଡିଲକ୍ସ ବସ୍ର ଭଡ଼ା ବଢ଼ିଛି। ସାଧାରଣ, ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା ୧ ପଇସା ବଢ଼ିଥିବା ବେଳେ ଡିଲକ୍ସ, ଏସି ଡିଲକ୍ସ ବସ୍ର ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି।
ଡିଜେଲ ଦର ବୃଦ୍ଧି ପାଇବାରୁ ଅଟୋମେକାନିଜିମ୍ ଜରିଆରେ ବସ୍ ଭଡ଼ା ବଢ଼ିଛି।
ପୂର୍ବରୁ ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୬୮ ପଇସା ଥିଲା। ଏହା ବଢ଼ି ଏବେ ୬୯ ପଇସା ହୋଇଛି। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା ୭୧ ପଇସା ଥିବା ବେଳେ ବର୍ତ୍ତମାନ ୭୨ ପଇସା ବୃଦ୍ଧି ପାଇଛି।
ଅନ୍ୟପଟେ ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୯୭ ପଇସା ଥିବା ବେଳେ ଏହା ୯୯ ପଇସାକୁ ବୃଦ୍ଧି ପାଇଛି। ଏସି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୧୯ ପଇସା ଥିବା ବେଳେ ଏହା ୧ ଟଙ୍କା ୨୧ ପଇସାକୁ ବୃଦ୍ଧି ପାଇଛି।