ଓଡ଼ିଶାଲାଇଭ ବ୍ୟୁରୋ

ମଲାଲା ୟସଫଜଈଙ୍କୁ ସମସ୍ତେ ଜାଣନ୍ତି। ସେ ଜଣେ ପାକିସ୍ତାନୀ ଯୁବତୀ। ମହିଳାଙ୍କ ଶିକ୍ଷା ପାଇଁ ଦାବି କରି ସେ ତାଲିବାନୀମାନଙ୍କ ଗୁଳି ମଧ୍ୟ ଖାଇଥିଲେ। ତାଙ୍କର ଏହି ଦୁଃସାହାସ ପାଇଁ ତାଙ୍କ ଜନ୍ମଦିନକୁ ୟୁନାଇଟେଡ ନେସନ ଦ୍ୱାରା ମଲାଲା ଦିବସ ପାଳନ ପାଳନ କରାଯାଉଛି।

୨୦୧୪ରୁ ପ୍ରତି ବର୍ଷ ଜୁଲାଇ ୧୨ ତାରିଖରେ ଅର୍ଥାତ ମଲାଲାଙ୍କ ଜନ୍ମଦିନକୁ ମଲାଲା ଦିସବ ଭାବେ ପାଳନ କରାଯାଉଛି।

୧୯୯୭ ଜୁଲାଇ ଏହି ଦିନରେ ପାକିସ୍ତାନର ସ୍ୱାତ ଉପତ୍ୟକା ଅନ୍ତର୍ଗତ ମିଂଗୋରାରେ ସେ ଜନ୍ମ ହୋଇଥିଲେ। ୨୦୧୩ ଜୁଲାଇ ଏହି ଦିନରେ ଜାତିସଂଘରେ ସମସ୍ତଙ୍କର ଶିକ୍ଷା ଅଧିକାର ଉପରେ ଭାଷଣ ଦେଇ ସାରା ପୃଥିବୀକୁ ସେ ଚମକୃତ କରିଥିଲେ। ଶକ୍ଷାର ପ୍ରଚାର ପ୍ରସାର ପାଇଁ ତଥା ଏବାବଦରେ ସାରା ବିଶ୍ୱରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ପାଳନ ହେଉଛି।

୨୦୦୮ରୁ ଏହି ପାକିସ୍ତାନୀ ଯୁବତୀ ମୁଖତଃ ନାରୀ ଶିକ୍ଷା ଅଭିଯାନ ସହ ସଂପୃକ୍ତ। ୨୦୧୨ ଅକ୍ଟୋବରରେ ତାଲିବାନୀମାନେ ତାଙ୍କୁ ଜୀବନରେ ମାରିଦେବାକୁ ତାଙ୍କୁ ଗୁଳି ଚଳାଇଥିଲେ। ଠିକ୍ ସମୟରେ ଚିକିତ୍ସା ଦ୍ୱାରା ତାଙ୍କର ଜୀବନ ରକ୍ଷା କରାଯାଇ ପାରିଥିଲା।

ଇଂଲଣ୍ଡରେ ଚିକିତ୍ସିତ ହୋଇ ସେ ସୁସ୍ଥ ହୋଇଥିଲେ। ପାକିସ୍ତାନର ଏକ ଗ୍ରାମୀଣ ଯୁବତୀ ନାରୀ ଶିକ୍ଷା ପାଇଁ ସଂଗ୍ରାମ କରିଥିଲେ। ତାଲିବାନୀଙ୍କ ଗୁଳି ଖାଇବା ପରେ ବି ସେ ତାଙ୍କ ସଂଗ୍ରାମ ଜାରି ରଖିଥିଲେ। ଅନ୍ୟମାନଙ୍କ ପାଇଁ ସେ ଉଦାହରଣ ପାଲିଟିଥିଲେ। ୨୦୧୪ରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ।

ମଲାଲାଙ୍କ ସହିତ ସେହି ବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ ଭାରତର କୈଳାସ ସତ୍ୟାର୍ଥୀ। ଶ୍ରୀଯୁକ୍ତ ସତ୍ୟାର୍ଥୀ ଶିଶୁ ଅଧିକାର ଉପରେ ଦୀର୍ଘବର୍ଷ ଧରି କାମ କରି ଆସୁଛନ୍ତି।

ନୋବେଲ ଶାନ୍ତି ପୁରସ୍କାର ଲାଭ କରିବାରେ ମଲାଲା ଏବେବି ବିଶ୍ୱରେ ସର୍ବ କନିଷ୍ଠ। ସେ ଅକ୍ସଫୋର୍ଡ ଅନ୍ତର୍ଗତ ଲେଡି ମାରଗେରଟ ହଲ୍‌ରୁ ଉଚ୍ଚ ଶିକ୍ଷା ପ୍ରାପ୍ତ। ଏବେ ଇଂଲଣ୍ଡର ବର୍ମିଂହାମରେ ରହୁଛନ୍ତି। କାନାଡ୍ଡା ସରକାରଙ୍କ ପକ୍ଷରୁ ତାଙ୍କୁ ନାଗରିକତ୍ୱ ଦିଆଯାଇଛି।

Comment