ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମଲାଲା ୟୁସଫଜାଈଙ୍କ ବାୟୋପିକ ଜାନୁଆରୀ ୩୧ରେ ରିଲିଜ ହେବାକୁ ଯାଉଛି। ଏହି ବାୟୋପିକ ନାଁ ରହିଛି ‘ଗୁଲ ମକାଇ’। ଆଜି ଏହି ଫିଲ୍ମର ଏକ ଗୀତ ରିଲିଜ ହୋଇଛି। ଏହି ଗୀତର ଶୀର୍ଷକ ରହିଛି ‘କିତାବ ଓ୍ୱାପସ୍‌ ଦେଦୋ’। ଶିକ୍ଷା ପାଇଁ ମଲାଲାଙ୍କ ସଂଘର୍ଷକୁ ଏହି ଫିଲ୍ମରେ ଦର୍ଶାଯାଇଛି। ଏହି ଫିଲ୍ମରେ ମଲାଲାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ଅଭିନେତ୍ରୀ ରିମ୍‌ ଶେଖ୍‌।

ଏହି ଫିଲ୍ମଟି କଶ୍ମୀରରେ ସୁଟିଂ ହୋଇଛି। ଅମଜଦ୍‌ ଖାନ ଏଥିରେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ଏଥିରେ ଦିବ୍ୟା ଦତ୍ତ, ଅତୁଲ କୁଲକର୍ଣ୍ଣୀ, ମୁକେଶ ରିଷିଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ।

 କିଏ ମଲାଲା?

୧୯୯୭ ଜୁଲାଇ ୧୨ରେ ପାକିସ୍ତାନର ସ୍ୱାତ ଉପତ୍ୟକା ଅନ୍ତର୍ଗତ ମିଂଗୋରାରେ ଜନ୍ମ ହୋଇଥିଲେ ମଲାଲା ୟସଫଜଈ। ତାଙ୍କ ବାହାଦୂରୀ ପାଇଁ ଆଜି ସେ ସାରା ବିଶ୍ୱରେ ପରିଚିତ। ୨୦୧୨ ଅକ୍ଟୋବରରେ ତାଲିବାନୀମାନେ ତାଙ୍କୁ ଜୀବନରେ ମାରିଦେବାକୁ ଗୁଳି ଚଳାଇଥିଲେ। ଠିକ୍ ସମୟରେ ଚିକିତ୍ସା ଦ୍ୱାରା ତାଙ୍କର ଜୀବନ ରକ୍ଷା କରାଯାଇ ପାରିଥିଲା।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/EtOfChgnkW29Y1l4hxTuDp

Comment