ଓଡ଼ିଶାଲାଇଭ ବ୍ୟୁରୋ

୧୯୯୭ ଜୁଲାଇ ୧୨ରେ ପାକିସ୍ତାନର ସ୍ୱାତ ଉପତ୍ୟକା ଅନ୍ତର୍ଗତ ମିଂଗୋରାରେ ଜନ୍ମ ହୋଇଥିଲେ ମଲାଲା ୟସଫଜଈ। ତାଙ୍କ ବାହାଦୂରୀ ପାଇଁ ଆଜି ସେ ସାରା ବିଶ୍ୱରେ ପରିଚିତ। ୨୦୦୮ରୁ ଏହି ପାକିସ୍ତାନୀ ଯୁବତୀ ମୁଖତଃ ନାରୀ ଶିକ୍ଷା ଅଭିଯାନ ସହ ସଂପୃକ୍ତ।

ମହିଳାଙ୍କ ଶିକ୍ଷା ଅଧିକାର ଲାଗି ଦାବି କରି ସେ ଗୁଳି ମଧ୍ୟ ଖାଇଥିଲେ। ୨୦୧୨ ଅକ୍ଟୋବରରେ ତାଲିବାନୀମାନେ ତାଙ୍କୁ ଜୀବନରେ ମାରିଦେବାକୁ ଗୁଳି ଚଳାଇଥିଲେ। ଠିକ୍ ସମୟରେ ଚିକିତ୍ସା ଦ୍ୱାରା ତାଙ୍କର ଜୀବନ ରକ୍ଷା କରାଯାଇ ପାରିଥିଲା।

୨୦୧୩ ଜୁଲାଇ ଏହି ଦିନରେ ଜାତିସଂଘରେ ସମସ୍ତଙ୍କର ଶିକ୍ଷା ଅଧିକାର ଉପରେ ଭାଷଣ ଦେଇ ସାରା ପୃଥିବୀକୁ ସେ ଚମକୃତ କରିଥିଲେ। ୨୦୧୪ରୁ ପ୍ରତି ବର୍ଷ ଜୁଲାଇ ୧୨ ତାରିଖ, ଅର୍ଥାତ ମଲାଲାଙ୍କ ଜନ୍ମଦିନକୁ  ‘ମଲାଲା ଦିବସ’ ଭାବେ ପାଳନ କରାଯାଉଛି।

ଇଂଲଣ୍ଡରେ ଚିକିତ୍ସିତ ହୋଇ ସେ ସୁସ୍ଥ ହୋଇଥିଲେ। ୨୦୧୪ରେ ସେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ଏହି ପୁରସ୍କାର ଲାଭ କରିବାରେ ସେ ଏବେବି ବିଶ୍ୱରେ ସର୍ବ କନିଷ୍ଠ। ସେ ଅକ୍ସଫୋର୍ଡ ଅନ୍ତର୍ଗତ ଲେଡି ମାରଗେରଟ ହଲ୍‌ରୁ ସେ ଉଚ୍ଚ ଶିକ୍ଷା ପ୍ରାପ୍ତ। ଏବେ ଇଂଲଣ୍ଡର ବର୍ମିଂହାମରେ ରହୁଛନ୍ତି।

Comment