ଓଡ଼ିଶାଲାଇଭ ବ୍ୟୁରୋ

ରାଜ୍ୟରେ ୨୦୧୮ରେ ଫୌଜଦାରୀ ମାମଲା ବଢ଼ିଛି ଓ ଏହାସହ ପ୍ରତିଦିନ ୭ଟି ଦୁଷ୍କର୍ମ ମାମଲା ଥାନାରେ ରୁଜୁ ହେଉଛି। ଗୃହ ବିଭାଗର ଏକ ଏକ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇଛି।

ରିପୋର୍ଟରେ କୁହାଯାଇଛି ଯେ, ରାଜ୍ୟରେ ଦୁଷ୍କର୍ମ, ଡକାୟତି ଓ ହତ୍ୟା ମମଲା ବଢୁଛି। ପୋଲିସର ଢିଲା ଯାଞ୍ଚ ପ୍ରକ୍ରିୟା ଯୋଗୁଁ ଏହି ସବୁ ମାମଲାରେ ନ୍ୟାୟ ମିଳିପାରୁନାହିଁ। ୨୦୧୭ରେ ରାଜ୍ୟରେ ୨ ହଜାର ୨୨୧ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ୨୦୧୮ରେ ଏହା ବଢ଼ି ୨ ହଜାର ୫୦୨ରେ ପହଞ୍ଚିଛି।

୨୦୧୮ ସୁଦ୍ଧା ରାଜ୍ୟରେ ୧ ଲକ୍ଷ ୭ ହଜାର ୪୦୮ ଦେଓ୍ଵାନି ମାମଲା ରୁଜୁ ହୋଇଛି। ସେହିପରି ୧ ହଜାର ୩୭୮ ହତ୍ୟା, ୨ହଜାର ୧୨୦ ଦଙ୍ଗା ଓ ୨ ହଜାର ୫୦୨ ଦୁଷ୍କର୍ମ ମାମଲା ମଧ୍ୟ ରହିଛି। ରିପୋର୍ଟରୁ ଏହା ମଧ୍ୟ ଜଣା ପଡ଼ିଛି ଯେ ଗତ ବର୍ଷ ସମୁଦାୟ ୧ ହଜାର ୩୭୮ ହତ୍ୟା ମାମଲାରେ ମାତ୍ର ୬୪୫ଟି ଚାର୍ଜସିଟି ଦିଆଯାଇଛି।

ଏହାସହ ରିପୋର୍ଟରେ ସଡ଼କ ଦୁର୍ଘଟଣା ବଢ଼ିବା କଥା ମଧ୍ୟ ଉଲ୍ଲେଖ କରାଯାଇଛି। ୨୦୧୭ରେ ୧୦ ହଜାର ୮୫୫ ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ୨୦୧୮ରେ ଏହା ବଢ଼ି ୧୧ ହଜାର ୨୬୨ରେ ପହଞ୍ଚିଛି। ମାତ୍ର ବର୍ତ୍ତମାନ ସଡ଼କ ଦୁର୍ଘଟଣାକୁ ରୋକିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି।

Comment