ଓଡିଶାଲାଇଭ୍ ବ୍ୟୁରୋ

ଆଜି ରାଜ୍ୟରେ ପୁଣି ୨୦୬ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୯୨ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୪ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରିରେ ସର୍ବାଧିକ ୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୬ଜଣ, ବାଲେଶ୍ଵରରୁ ୫ଜଣ, ଭଦ୍ରକରୁ ୪ଜଣ, ବଲାଙ୍ଗିରରୁ ୧୬ଜଣ, ବୌଦ୍ଧରୁ ଜଣେ, କଟକରୁ ୧୭ଜଣ, ଦେଓଗଡ଼ରୁ ୧୫ଜଣ, ଢେଙ୍କାନାଳରୁ ୪ଜଣ, ଗଞ୍ଜାମରୁ ୩ଜଣ, ଜଗତସିଂହପୁରରୁ ୧୭ଜଣ, ଯାଜପୁରରୁ ୨୮ଜଣ, ଝାରସୁଗୁଡ଼ାରୁ ୩ଜଣ, କେନ୍ଦ୍ରାପଡ଼ାରୁ ୪ଜଣ, କେନ୍ଦୁଝରରୁ ୬ଜଣ, ଖୋର୍ଦ୍ଧାରୁ ୭ଜଣ, କୋରାପୁଟରୁ ୧୮ଜଣ, ମୟୁରଭଞ୍ଜରୁ ୭ଜଣ, ନୟାଗଡ଼ରୁ ଜଣେ, ପୁରୀରୁ ଜଣେ, ସମ୍ବଲପୁରରୁ ୪ଜଣ ଏବଂ ସୁନ୍ଦରଗଡ଼ରୁ ୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହାରି ସହିତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୦୬୫ରେ ପହଞ୍ଚିଛି। ଏଥିମଧ୍ୟରୁ ୨,୦୮୬ଟି ଆକ୍ଟିଭ କେସ ଥିବାବେଳେ ୪,୯୪୬ଜଣ ସୁସ୍ଥ ଏବଂ ୨୫ଜଣଙ୍କର ମୃତ୍ୟୁ ହୋଇଛି।

Comment