ଓଡ଼ିଶାଲାଇଭ ବ୍ୟୁରୋ

ସରିଯାଇଛି ବିଶ୍ଵକପ ୨୦୧୯। ଏଥିରେ ପ୍ରଥମ ଥର ବିଶ୍ଵ ବିଜେତା ହୋଇଛି ଆୟୋଜକ ଇଂଲଣ୍ଡ ଟିମ୍। ଲଡ୍ସ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ରୋମାଞ୍ଚକର ମ୍ୟାଚ ଦେଖବାକୁ ମିଳିଥିଲା। ବିଶ୍ଵକପ ଇତିହାସରେ ପ୍ରଥମ ଥର ପାଇଁ ଫାଇନାଲରେ ସୁପରଓଭର ଖେଳା ଯାଇଥିଲା। ଏଥିରେ ବାଜି ମାରି ନେଇଥିଲା ଇଂଲଣ୍ଡ ଦଳ।

ମ୍ୟାଚ ପରେ ବିଶ୍ଵକପରେ କେଉଁ ଖେଳାଳି କେଉଁ ଆଓ୍ଵାର୍ଡ ପାଇଥିଲେ ତାହା ଘୋଷଣା ହୋଇଥିଲା।

ମ୍ୟାନ ଅଫ ଦି ମ୍ୟାଚ (ବେନ ଷ୍ଟୋକ୍ସ)

ବିଶ୍ଵକପ ଫାଇନାଲ ମ୍ୟାଚରେ ଇଂଲଣ୍ଡ ଦଳର ଅଲରାଉଣ୍ଡର ବେନ ଷ୍ଟୋକ୍ସ ଅପରାଜିତ ୮୪ରନ କରିଥିଲେ। ସେ ଏହି ମ୍ୟାଚରେ ୫ଟି ଚୌକା ଓ ଦୁଇଟି ଛକା ମଧ୍ୟ ମାରିଥିଲେ।

ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ(କେନ ଓ୍ଵିଲିୟମସନ)

ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ଵିଲିୟମସନଙ୍କୁ ବିଶ୍ଵକପ ୨୦୧୯ରେ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟରେ ବିବେଚିତ କରାଯାଇଥିଲା। ସେ ୧୦ଟି ମ୍ୟାଚରୁ ୮୨.୫୭ ଆଭରେଜରେ ୫୭୮ରନ କରିଥିଲେ। ବିଶ୍ଵକପରେ ସର୍ବାଧିକ ସ୍କୋର କରିନଥିଲେ ମଧ୍ୟ ତାଙ୍କ ମ୍ୟାଚ ହିସାବରେ  ପ୍ରଦର୍ଶନ ବେଶ ଭଲ ରହିଥିଲା।

ଗୋଲ୍ଡେନ ବ୍ୟାଟ (ରୋହିତ ଶର୍ମା)

ଏହି ବିଶ୍ଵକପରେ ରୋହିତ ଶର୍ମା ବ୍ୟକ୍ତିଗତ ସର୍ବାଧିକ ରନ କରି ଗୋଲ୍ଡେନ ବ୍ୟାଟ ବିଜେତା ହୋଇଛନ୍ତି। ସେ ୧୦ଟି ମ୍ୟାଚରୁ ୫ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ବଳରେ ୬୪୮ ରନ କରିଛନ୍ତି। ତାଙ୍କର ବ୍ୟକ୍ତିଗତ ସର୍ବାଧିକ ରନ ୧୪୦। ରୋହିତଙ୍କ ପଛକୁ ଅଷ୍ଟ୍ରେଲିଆର ଡେଭିଡ ଓ୍ଵାର୍ନର(୬୪୭) ଓ ସକିବ ଅଲ ହାସନ(୬୦୬) ରହିଛନ୍ତି।

ଗୋଲ୍ଡେନ ବଲ (ମିଚେଲ ଷ୍ଟାର୍କ)

ଅଷ୍ଟ୍ରେଲିଆର ବାମହାତୀ ବୋଲର ମିଚେଲ ଷ୍ଟାର୍କ ବିଶ୍ଵକପରେ ଚମତ୍କାର ବୋଲିଂ କରିଛନ୍ତି। ୧୦ଟି ମ୍ୟାଚରୁ ୨୭ଟି ଓ୍ଵିକେଟ ହାସଲ କରି ଏଥର ବିଶ୍ଵକପରେ ଗୋଲ୍ଡେନ ବଲ ଆଓ୍ଵାର୍ଡ ପାଇଛନ୍ତି। ତାଙ୍କ ପଛକୁ ଲୋକି ଫାର୍ଗୁସନ ୨୧ ଓିକେଟ ଓ ଜୋଫ୍ରା ଆର୍ଚର ୨୦ ଓ୍ଵିକେଟ ନେଇଛନ୍ତି।

Comment