ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ମାମଲାରେ ଭାରତକୁ ବଡ଼ ସଫଳତା ମିଳିଛି। କୁଳଭୂଷଣଙ୍କ ନାଁ ପାକିସ୍ତାନ ସୈନ୍ୟ ଅଦାଲତ ଶୁଣାଇଥିବା ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇଛନ୍ତି ଇଣ୍ଟରନ୍ୟାସେନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌(ଆଇସିଜେ)। ଦୀର୍ଘ ୩ ବର୍ଷ ଅଧିକ ସମୟ ଧରି ଚାଲିଥିବା ଏହି ମାମଲାରେ ପାକିସ୍ତାନକୁ ବଡ଼ ଝଟକା ଲାଗିଥିବା ବେଳେ ଭାରତକୁ ମିଳିଛି ବଡ଼ ସଫଳତା।

ଆଇସିଜେର ୧୬ ଜଣିଆ ବେଞ୍ଚ୍‌ କୁଳଭୂଷଣ ଯାଦବଙ୍କ ମାମଲାରେ ଏହି ଶୁଣାଣି କରିଛନ୍ତି। ମୋଟ ୧୬ ଜଣ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ଭାରତ ସପକ୍ଷରେ ରାୟ ଶୁଣାଇଥିବା ବେଳେ ମାତ୍ର ଜଣେ ସଦସ୍ୟ ପାକିସ୍ତାନ ସପକ୍ଷରେ ରାୟ ଶୁଣାଇଥିଲେ। ଏମିତିକି ଚୀନ୍‌ ବିଚାପତି ମଧ୍ୟ ଭାରତ ସପକ୍ଷରେ ନିଜ ମତ ଦେଇଥିଲେ। ବର୍ତ୍ତମାନ ପାକିସ୍ତାନ କୁଳଭୂଷଣଙ୍କୁ ଫାଶୀ ଦେଇପାରିବନି।

ପାଶୀଦଣ୍ଡ ଉପରେ ପୁନଃବିଚାର କରିବାକୁ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଛନ୍ତି ଇଣ୍ଟରନ୍ୟାସେନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌(ଆଇସିଜେ)। ପୁନଃବିଚାର ନସରିବା ଯାଏଁ କୁଳଭୂଷଣଙ୍କୁ ଫାଶୀ ଦିଆଯାଇପାରିବ ନାହିଁ। ସେହିପରି ନିଜର ଆଇନ୍‌ଗତ ପକ୍ଷ ରଖିବା ପାଇଁ କୋର୍ଟ କୁଳଭୂଷଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ଭିଏନା ଚୁକ୍ତି ଅନୁଯାୟୀ, କୁଳଭୂଷଣଙ୍କ ସହିତ ଯୋଗାଯୋଗ କରିବା ଏବଂ ତାଙ୍କ ଲାଗି ଆଇନ୍‌ ସହାୟତା ବ୍ୟବସ୍ଥା କରିବା ଲାଗି ଅନୁମତି ନଦେଇ ପାକିସ୍ତାନ କର୍ତ୍ତୃପକ୍ଷ ଭାରତର ଅଧିକାର କ୍ଷୁର୍ଣ୍ଣ କରିବା ଭାରତ ଅଭିଯୋଗ କରିଥିଲା। ଏନେଇ ଆସିଜେ ଭାରତ ସପକ୍ଷରେ ଶୁଣାଣି ଦେଇଛନ୍ତି। ପାକିସ୍ତାନ ସଠିକ୍‌ ଭାବେ ଭିଏନା ଚୁକ୍ତି ପାଳନ କରିନଥିବା ଆସିଜେ କହିଛନ୍ତି। କୁଳଭୂଷଣଙ୍କ ମାନବାଧିକାର ହନନ ହୋଇଥିବା କୋର୍ଟ ହୃଦ଼ୟଙ୍ଗମ କରିଛନ୍ତି।

୪୭ ବର୍ଷିୟ କୁଳଭୂଷଣ ଯାଦବ ହେଉଛନ୍ତି ଭାରତୀୟ ନୌସେନାର ଅବସରପ୍ରାପ୍ତ ଅଧିକାରୀ। ନିଜ ବ୍ୟବସାୟରେ  କୁଳଭୂଷଣ ଇରାନ ଯାଇଥିବା ବେଳେ ୨୦୧୬ ମସିହାରେ ପାକିସ୍ତାନ ଗୁଇନ୍ଦା ବିଭାଗ ତାଙ୍କୁ ଅପହରଣ କରିଥିଲା। ଏହାପରେ ଗୁଇନ୍ଦାଗିରି ତଥା ଜାସୁସ୍‌ ଭଳି ମିଥ୍ୟା ଅଭିଯୋଗ ଲଗାଇ ଏପ୍ରିଲ ୨୦୧୭ରେ ପାକିସ୍ତାନ କୁଳଭୂଷଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲା। କିନ୍ତୁ ଏହାକୁ ବିରୋଧ କରି ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସର ଦ୍ୱାରସ୍ଥ ହୋଇଥିଲା ଭାରତ। ବର୍ତ୍ତମାନ ଏହି ମାମଲାରେ ଭାରତକୁ ବଡ଼ ସଫଳତା ମିଳିଛି।

Comment