ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁଳଭୂଷଣ ଯାଦବ ମାମଲାରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ(ଆଇସିଜେ) ସୋମବାର ଶୁଣାଣି ଆରମ୍ଭ କରିଛନ୍ତି। ଆଗାମୀ ଚାରି ଦିନ ଧରି ଫେବ୍ରୁଆରି ୨୧ ପର୍ଯ୍ୟନ୍ତ ଏହି ଶୁଣାଣି ପ୍ରକ୍ରିୟା ଚାଲିବ। ଭାରତ ପକ୍ଷରୁ ନିଜର ପକ୍ଷ ରଖିବା ପାଇଁ ପ୍ରତିରକ୍ଷାକାରୀ ହରିଶ ସାଲ୍ୱେ ଆଇସିଜେକୁ ଯାଇଛନ୍ତି।

ସୋମବାର ଶୁଣାଣିର ଆରମ୍ଭରେ ଭାରତ ତା’ର ପକ୍ଷ ରଖିବା ବେଳେ ମଙ୍ଗଳବାର ୧୯ ଫେବ୍ରୁଆରିରେ ପାକିସ୍ତାନ ନିଜର ପକ୍ଷ ରଖିବ। ଶୁଣାଣିର ଦ୍ୱିତୀୟ ରାଉଣ୍ଡ ଫେବ୍ରୁଆରି ୨୦ରେ ହେବ। ଏଥିରେ ପାକିସ୍ତାନ ପ୍ରଥମେ ନିଜର ପକ୍ଷ ରଖିବ ପରେ ଏହାର ଜବାବ ଦେବ ଭାରତ। ଫେବ୍ରୁଆରି ୨୧ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ।

ସୂଚନାଯୋଗ୍ୟ, କୁଳଭୂଷଣ ଯାଦବ ହେଉଛନ୍ତି ଜଣେ ଭାରତୀୟ ନାଗରିକ। ପାକିସ୍ତାନ ଗୁଇନ୍ଦା ବିଭାଗ କୁଳଭୂଷଣଙ୍କୁ ଇରାନରୁ ଅପହରଣ କରିବାପରେ ମିଥ୍ୟା ମାମଲାରେ ଫସାଇଛି।

୪୭ ବର୍ଷିୟ ଭାରତୀୟ କୁଳଭୂଷଣ ଯାଦବଙ୍କୁ ପାକିସ୍ତାନ ସୈନ୍ୟ ଅଦାଲତ ଏପ୍ରିଲ ୨୦୧୭ରେ ଫାସୀ ଦଣ୍ଡ ଶୁଣାଇଥିଲା। ପାକିସ୍ତାନ ତାଙ୍କ ବିରୋଧରେ ଜାସୁସ୍‌ ଅଭିଯୋଗ ଆଣି ଏଭଳି ଶୁଣାଣି କରିଥିଲା। କିନ୍ତୁ ଏହାକୁ ବିରୋଧ କରି ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସର ଦ୍ୱାରସ୍ଥ ହୋଇଛି ଭାରତ।

Comment