ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ନାଗରିକ କୁଳଭୂଷଣ ଯାଦବ ମାମଲାରେ ଶୁଣାଣିକୁ ସ୍ଥଗିତ ରଖିବାପାଇଁ ପାକିସ୍ତାନର ଅନୁରୋଧକୁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ଆଇସିଜେ) ଖାରଜ କରିଦେଇଛନ୍ତି। ପାକିସ୍ତାନ ପକ୍ଷରୁ ଥିବା ଅସ୍ଥାୟୀ ବିଚାରପତି ହୃଦଘାତ ବାହାନା କରି ଶୁଣାଣିକୁ ସ୍ଥଗିତ ରଖିବା ପାଇଁ ଅନୁରୋଧ କରିଥିଲା। କିନ୍ତୁ ଆଇସିଜେ ପାକିସ୍ତାନର ଏହି ଦାବିକୁ ଖାରଜ କରିଛନ୍ତି।

ସୋମବାର ଭାରତ ନିଜର ପକ୍ଷ ରଖିଥିଲା। ନିର୍ଦ୍ଦୋଷ ଭାରତୀୟ କୁଳଭୂଷଣ ଯାଦବଙ୍କୁ ପାକିସ୍ତାନ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛି ବୋଲି କହିଥିଲା। ମଙ୍ଗଳବାର ଭାରତ ଅଭିଯୋଗର ଜବାବ ଦେବାକୁ ଯାଇ ପାକିସ୍ତାନ ବିଚାରପତି ନିଜର ପକ୍ଷ ରଖିଛନ୍ତି। ପାକିସ୍ତାନ ବିଚାରପତି ମୁଖ୍ୟ ବିଷୟରୁ ଓହରି ଭାରତ-ପାକିସ୍ତାନର ତିକ୍ତ ସମ୍ପର୍କ ତଥା ଭାରତକୁ ଅତଙ୍କବାଦୀ ବୋଲି ପରୋକ୍ଷରେ କହିଥିଲେ।

ସେହିପରି ପାକିସ୍ତାନର ଆର୍ମି ସ୍କୁଲରେ ହୋଇଥିବା ଆତଙ୍କୀ ହମଲାରେ ଭାରତ ସମର୍ଥିତ ଆଫଗାନିସ୍ତାନ ଦ୍ଵାରା ହୋଇଥିଲା ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଥିଲା।

କୁଳଭୂଷଣ ଯାଦବଙ୍କ ମାମଲାରେ ମଙ୍ଗଳବାର ପାକିସ୍ତାନ ନିଜର ପକ୍ଷ ରଖିଛି। ଆଇସିଜେରେ ପାକିସ୍ତାନ ଅସ୍ଥାୟୀ ବିଚାରପତି ତସାଦକ ହୁସେନ ଜିଲାନୀଙ୍କୁ ଶୁଣାଣି ପୂର୍ବରୁ ହୃଦଘାତ ହେବାରୁ ପାକିସ୍ତାନ ଶୁଣାଣିକୁ ସ୍ଥଗିତ ରଖିବାକୁ  ଦାବି କରିଥିଲା। ମାତ୍ର ଆଇସିଜେ ପାକ୍‌ର ଏହି ଦାବିକୁ ଖାରଜ କରି ଦେଇଛନ୍ତି।

୪୭ ବର୍ଷିୟ ଭାରତୀୟ କୁଳଭୂଷଣ ଯାଦବଙ୍କୁ ପାକିସ୍ତାନ ସୈନ୍ୟ ଅଦାଲତ ଏପ୍ରିଲ ୨୦୧୭ରେ ଫାସୀ ଦଣ୍ଡ ଶୁଣାଇଥିଲା। ପାକିସ୍ତାନ ତାଙ୍କ ବିରୋଧରେ ଜାସୁସ୍‌ ଅଭିଯୋଗ ଆଣି ଏଭଳି ଶୁଣାଣି କରିଥିଲା। କିନ୍ତୁ ଏହାକୁ ବିରୋଧ କରି ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସର ଦ୍ୱାରସ୍ଥ ହୋଇଥିଲା ଭାରତ। ସୋମବାରଠାରୁ ଦି ହେଗ୍‌ସ୍ଥିତ ଆଇସିଜେ ମୁଖ୍ୟାଳୟଠାରେ ୪ ଦିନିଆ ଶୁଣାଣି ଚାଲୁରହିଛି। ପାକିସ୍ତାନ ଆଜି ନିଜ ପକ୍ଷ ରଖିଥିବା ବେଳେ ବୁଧବାର ଭାରତ ଏହାର ଜବାବ ରଖିବ।

Comment