ଓଡ଼ିଶାଲାଇଭ୍ ବ୍ୟୁରୋ

ଅନଲାଇନ ଠକେଇରୁ ବର୍ତ୍ତିବା ପାଇଁ ଆଡଭାଇଜରି ଜାରି କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ। ସୋସିଆଲ ମିଡିଆ ସେଫ୍ଟି , ସୁରକ୍ଷିତ ଏଟିଏମ ବ୍ୟବହାର, ଅନଲାଇନ ମନି ଟ୍ରାନ୍ସଫର, ପାସଓ୍ୱାର୍ଡ ହ୍ୟାକ, ଇଣ୍ଟରନେଟ ସେଫ୍ଟି ପାଇଁ ଏହି ଆଡଭାଇଜରି ଜାରି ହୋଇଛି।

ପିଲାଙ୍କ ସୁରକ୍ଷିତ ଇଣ୍ଟରନେଟ୍‌ ବ୍ୟହାର ଉପରେ ଜାଣନ୍ତୁ କ’ଣ ରହିଛି ଆଡଭାଇଜରିରେ?

  • ଇଣ୍ଟରନେଟ ବ୍ୟବହାର କରିବା ବାବଦରେ ଭଲ ଭାବେ ଜ୍ଞାନ ଆହରଣ କରନ୍ତୁ। ନିଜ   କମ୍ପ୍ୟୁଟରକୁ ଘରର ମଝି ସ୍ଥାନରେ ରଖନ୍ତୁ। ଯେପରି ପିଲା କମ୍ପ୍ୟୁଟରରେ କ’ଣ କରୁଛି ଆପଣ ଦେଖି ପାରିବେ।
  • ପିଲାମାନେ କେଉଁ ସାଇଟ ଦେଖୁଛନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ। ନିଜ କମ୍ପ୍ୟୁଟରରେ Parental control software ଡାଉନଲାଉଡ କରନ୍ତୁ। ଯାହାଦ୍ୱାରା ଅଶ୍ଳୀଳ ଓ୍ୱେବସାଇଟଗୁଡ଼ିକକୁ ଲକ୍ କରି ପିଲାଙ୍କୁ ସେଥିରୁ ନିବୃତ୍ତ କରିପାରିବେ।
  • ପିଲାମାନେ କେଉଁ ଭଳି Audio Video ଫାଇଲ ଓ ଗେମ୍ସମାନ ଡାଉନ୍‌ଲୋଡ୍‌ କରୁଛନ୍ତ, ସେ ଉପରେ ଧ୍ୟାନ ଦିଅନ୍ତୁ।
  • ଇଣ୍ଟରନେଟ ବ୍ୟବହାରର ଶିକ୍ଷଣୀୟ ଦିଗ ପ୍ରତି ସଚେତନତା ସୃଷ୍ଟି କରନ୍ତୁ।
  • ଛୋଟପିଲାଙ୍କୁ ସ୍ମାର୍ଟ ଫୋନ୍‌ ବ୍ୟବହାରରୁ ନିବୃତ ରଖନ୍ତୁ।
  • ନିୟମିତ ସିଷ୍ଟମକୁ ଅପଡେଟ କରନ୍ତୁ। ଆଣ୍ଟି ଭାଇରସ, ଆଣ୍ଟି ମାଲଓ୍ୱେୟାର ଓ ଆଣ୍ଟି ସ୍ପାଇଓ୍ୱେର ପକାନ୍ତୁ।
  • ଇଣ୍ଟରନେଟ୍‌ରେ ଅଶ୍ଳୀଳ ତଥା ଖରାପ ତଥ୍ୟରୁ  ପିଲାମାନଙ୍କୁ ଦୂରେଇ ରଖିବା ପାଇଁ Blocking ବା Filtering ସଫ୍ଟଓ୍ୱେର ଇନ୍‌ଷ୍ଟାଲ କରନ୍ତୁ।
  • ପିଲାମାନଙ୍କ ସହ ସମୟ ବିତାନ୍ତୁ। ପିଲାମାନଙ୍କ ସହ ସାଙ୍ଗ ଭଳି ବ୍ୟବହାର କରନ୍ତୁ।

Comment