ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜେଲ୍‌ରୁ ବାହାରିବା ପରେ ଏବେ କ୍ରାଇମ୍‌ବ୍ରାଞ୍ଚର ସ୍କାନରରେ ବାବା ସାରଥୀ ଓରଫ୍‌ ସନ୍ତୋଷ ରାଉଳ। ୪ ବର୍ଷ ଜେଲ୍‌ରେ ରହିବା ପରେ ବାବା ସାରଥି ସର୍ତ୍ତମୂଳକ ଜାମିନ ପାଇ ଗୁରୁବାର ଜେଲ୍‌ରୁ ବାହାରିଥିଲେ। ତେବେ କୋର୍ଟଙ୍କ ସର୍ତ୍ତ ସଠିକ ରୂପେ ପାଳନ କରୁଛନ୍ତି ନା ନାହିଁ, ସେନେଇ କ୍ରାଇମ୍‌ବ୍ରାଞ୍ଚ ସାରଥୀଙ୍କ ଉପରେ ନଜର ରଖିବ।

ତେବେ ଆସନ୍ତୁ ଜାଣିବା, କ’ଣ ରହିଛି ସେହି ସବୁ ସର୍ତ୍ତ।

  • ପ୍ରଥମ ସର୍ତ୍ତ : ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ଦ୍ୱିତୀୟ ସର୍ତ୍ତ : ବାରିମୂଳ ଆଶ୍ରମକୁ ଯାଇ ପାରିବେ ନାହିଁ
  • ତୃତୀୟ ସର୍ତ୍ତ : ରାଜ୍ୟ ବାହାରକୁ ଯାଇପାରିବେ ନାହିଁ
  • ଚତୁର୍ଥ ସର୍ତ୍ତ : କୌଣସି ସ୍ଥାନରେ ଧର୍ମୀୟ ସଭା କରିପାରିବେ ନାହିଁ
  • ପଞ୍ଚମ ସର୍ତ୍ତ : ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତରେ ସହଯୋଗ କରିବେ

ସାରଥୀ ଏସମସ୍ତ ସର୍ତ୍ତ ପାଳନ ନକଲେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ଶୁକବାର କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି।

ଚାରି ବର୍ଷ ଜେଲ୍‌ରେ ରହିବା ପରେ ଶେଷରେ ଜାମିନ୍‌ ପାଇଲା ଆତ୍ମଘୋଷିତ ବାବା ସାରଥୀ ଓରଫ୍‌ ସନ୍ତୋଷ ରାଉଳ। ଓଡ଼ିଶା ହାଇକୋର୍ଟ ସୋମବାର ତାଙ୍କୁ ତିନୋଟି ମାମଲାରେ ସର୍ତ୍ତମୂଳକ ଜାମିନ ଦେଇଥିଲେ। ଏହାପରେ ଗୁରୁବାର ସାରଥୀ ଚୌଦ୍ୱାର ଜେଲ୍‌ରୁ ବାହାରିଛନ୍ତି।

Comment