ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜେଲ୍‌ରୁ ବାହାରିବା ପରେ ତଥାକଥିତ ବାବା ସାରଥି ଓରଫ ସନ୍ତୋଷ ରାଉଳ କେଉଁଠି ରହିବେ ସେନେଇ ଚର୍ଚ୍ଚା ଲାଗି ରହିଥିଲା। କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମକୁ ନଯିବା ପାଇଁ କୋର୍ଟଙ୍କ ସର୍ତ୍ତ ରହିଥିବା ବେଳେ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବାବା ସାରଥି ବର୍ତ୍ତମାନ ରାଜ୍ୟ ବାହାରକୁ ପଳେଇଛନ୍ତି। ସାରଥିଙ୍କ ଓକିଲ ଶ୍ରୀ ଚାନ୍ଦ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଚାନ୍ଦଙ୍କ କହିବା ଅନୁଯାୟୀ, ସାରଥି ରାଜ୍ୟ ବାହାରକୁ ଯିବା ନେଇ କୋର୍ଟଙ୍କ ବାରଣ ନ ଥିଲା। ସେ ଆଇଓଙ୍କୁ ଜଣାଇ ରାଜ୍ୟ ବାହାରକୁ ଯାଇପାରିବେ ବୋଲି କୋର୍ଟ କହିଥିଲେ। ଯାଇଥିବା ସ୍ଥାନର ଠିକଣା ଓ ଟେଲିଫୋନ ନମ୍ବର ଆଇଓଙ୍କ ପାଖରେ ପୈଠ କରି ସେ ରାଜ୍ୟ ବାହାରକୁ ଯାଇପାରିବେ ବୋଲି ସାରଥିଙ୍ଖ ଓକିଲ କହିଛନ୍ତି।ହେଲେ ସାରଥି ରାଜ୍ୟ ବାହାରେ ବର୍ତ୍ତମାନ କେଉଁଠି ଅଛନ୍ତି, ସେ ବିଷୟରେ ସୂଚନା ଦେବାକୁ ଶ୍ରୀ ଚାନ୍ଦ ମନା କରିଛନ୍ତି। ତେବେ ସାରଥି କୋଲକାତାରେ ଥିବା କଥା ସାଧାରଣରେ ଚର୍ଚ୍ଚା ହେଉଛି।

କୋର୍ଟଙ୍କ ସର୍ତ୍ତ ଅନୁଯାୟୀ, ସାରଥି କେନ୍ଦ୍ରାପଡ଼ାସ୍ଥିତ ବାରିମୂଳ ଆଶ୍ରମକୁ ଯାଇପାରିବେ ନାହିଁ। ସେହିପରି ନିଜ ପୈତୃକ ଗାଁ ବାରିମୂଳରେ ସାରଥିଙ୍କୁ ପୁରେଇ ନ ଦେବାକୁ ଗ୍ରାମବାସୀ ଜିଦ୍‌ ଧରିଛନ୍ତି। ଏଭଳି ସ୍ଥିତିରେ ସାରଥି କୁଆଡ଼େ ଯିବେ, ସେନେଇ ଚର୍ଚ୍ଚା ଲାଗି ରହିଥିଲା। ବର୍ତ୍ତମାନ ସେ ରାଜ୍ୟ ବାହାରେ ଥିବା ସାରଥିଙ୍କ ଓକିଲ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।

Comment