ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିକଟରେ ଜାମିନ ପାଇ ଜେଲ୍‌ରୁ ବାହାରିଥିବା ଆତ୍ମଘୋଷିତ ବାବା ସାରଥି ପୁଣିଥରେ ପ୍ରବଚନ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏନେଇ ହାଇକୋର୍ଟଙ୍କୁ ଅନୁମତି ମାଗିଛନ୍ତି ବାବା ସାରଥି ଓରଫ୍‌ ସନ୍ତୋଷ ରାଉଳ। ଏନେଇ ସାରଥିଙ୍କ ଓକିଲ ମାନସ ଚାନ୍ଦ ସୂଚନା ଦେଇଛନ୍ତି।

ଗତ ଜୁଲାଇ ୨୫ରେ ସର୍ତ୍ତମୂଳକ ଜାମିନ ପାଇ ସାରଥି ଜେଲ୍‌ରୁ ବାହାରିଥିଲେ। ଜେଲ୍‌ରୁ ବାହାରିବା ପରେ ସେ କୌଣସି ସ୍ଥାନରେ ପ୍ରବଚନ ଦେଇପାରିବେ ନାହିଁ ବୋଲି ହାଇକୋର୍ଟ ସର୍ତ୍ତ ରଖିଥିଲେ। ହେଲେ ଶୁକ୍ରବାର ଜାମିନର ସର୍ତ୍ତ କୋହଳ ପାଇଁ ସାରଥି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସର୍ତ୍ତ କୋହଳି କରି ହାଇକୋର୍ଟ ଅନୁମତି ପ୍ରଦାନ କଲେ, ପୁନର୍ବାର ପ୍ରବଚନ ଦେବେ ବୋଲି ସାରଥି ଇଚ୍ଛା ପ୍ରକାଶ କରିଛନ୍ତି।

ଚାରି ବର୍ଷ ଜେଲ୍‌ରେ ରହିବା ପରେ ଗତ ଜୁଲାଇ ୨୫ରେ ସର୍ତ୍ତମୂଳକ ଜାମିନ୍‌ ପାଇଥିଲେ ସାରଥି। ଜେଲ୍‌ରୁ ବାହାରିବା ପରେ ବାରୁମୂଳ ଯାଇପାରିବେ ନାହିଁ ବୋଲି ହାଇକୋର୍ଟଙ୍କ ସର୍ତ୍ତ ରହିଥିଲା। ଏହା ପରେ ସାରଥି ବାହାର ରାଜ୍ୟକୁ ଚାଲିଯାଇଛନ୍ତି। ବର୍ତ୍ତମାନ ପୁଣିଥରେ ପ୍ରବଚନ ଦେବାକୁ ମନ ବଳାଇଛନ୍ତି ସାରଥି।

Comment