ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଇଛନ୍ତି ସଂଜୀବ କୁମାର ପାଣିଗ୍ରାହୀ। ସୋମବାର ହାଇକୋର୍ଟର ଅନ୍ତରୀଣ ମୁଖ୍ୟ ବିଚାରପତି ସଞ୍ଜୁ ପଣ୍ଡା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ପୂର୍ବରୁ ଓଡ଼ିଶା ସରକାରଙ୍କ ତରଫରୁ ସଞ୍ଜୀବ ପାଣିଗ୍ରାହୀ ସୁପ୍ରିମକୋର୍ଟରେ ଅନେକ ମାମଲାରେ ଓକିଲାତି କରିଛନ୍ତି।

ସଞ୍ଜୀବଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟରେ ଜଜ୍‌ ସଂଖ୍ୟା ୧୫ରେ ପହଞ୍ଚିଛି। ସୁପ୍ରିମ୍‌କୋର୍ଟର କଲେଜିୟମ୍‌ ଗତବର୍ଷ ଅକ୍ଟୋବର ମାସରେ ହାଇକୋର୍ଟର ବିଚାରପତି ଭାବେ ସଂଜୀବଙ୍କ ନାଁକୁ ସୁପାରିଶ କରିଥିଲେ।

Comment