ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅସନ୍ତାକାଲି ସୁରତରୁ ଓଡ଼ିଶା ଅଭିମୁଖେ ଆସିବାକୁ ଥିବା ୩ଟି ଟ୍ରେନ୍‌ ବାତିଲ କରିଛନ୍ତି ରାଜ୍ୟ ସରକାର। ଏନେଇ ସୁରତ ଜିଲ୍ଲାପାଳ ଧମଳ କୁମାର ପଟେଲ ସୂଚନା ଦେଇଛନ୍ତି।

ଆଜି ଏକ ଜନସ୍ୱାର୍ଥ ମାମଲାର ବିଚାର କରି ହାଇକୋର୍ଟ କହିଥିଲେ ଯେ, ସୁରତରୁ ଯେଉଁମାନେ ଓଡ଼ିଶା ଆସିବାକୁ ଚାହୁଁଛନ୍ତି ସେମାନଙ୍କର ପ୍ରଥମେ କୋଭିଡ୍‌ ଟେଷ୍ଟିଂ କରାଯିବ। ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍‌ ଆସିବ ସେମାନଙ୍କୁ ଓଡ଼ିଶା ଆସିବା ପାଇଁ ଅନୁମତି ଦିଆଯିବ।

ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶନାମା ଆସିବା ପରେ ସୁରତ ଜିଲ୍ଲା ପ୍ରଶାସନ ଟ୍ରେନ୍‌ ବାତିଲ କରିଛନ୍ତି। ସେମାନଙ୍କର ପ୍ରଥମେ କୋଭିଡ୍‌ ପରୀକ୍ଷା କରାଯିବ। ପରେ ସେମାନଙ୍କୁ ଓଡ଼ିଶା ପଠାଯିବ ବୋଲି ସୁରତ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଓଡ଼ିଶାକୁ ଆସିଥିବା ୩୭ ସୁରତ ଫେରନ୍ତାଙ୍କଠାରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି।

Comment