ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୀତିକ ଅପରାଧ ଶାଖା ପକ୍ଷରୁ କେଶରୀ ଇଷ୍ଟେଟସ ପ୍ରାଇଭେଟ ଲିମିଟେଡର ଜନୈକ ନିର୍ଦ୍ଦେଶକ ଅକ୍ଷୟ କୁମାର ଚୌଧୁରୀଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁରେ ବିଭିନ୍ନ ଠକେଇ ଅଭିଯୋଗ ଆସିଥିଲା।

ଖବର ଅନୁଯାୟୀ ଡୁପ୍ଲେକ୍ସ ଘର ଦେବାକୁ କହି ସେ ୧୮ ଜଣ ଗ୍ରାହକଙ୍କ ଠାରୁ ୫ କୋଟି ୧୬ ଲକ୍ଷ ଟଙ୍କା ଠକି ନେଇଥିଲେ। ଅଶୋକ ଚୌଧୁରୀଙ୍କ ବିରୁଦ୍ଧରେ ଆଇପିସିର ଧାରା ୪୨୦,୪୦୬ ଓ ୧୨୦ ବି ଏବଂ ୨୦୧୧ ଓଡ଼ିଶା ସଂଚୟଧାରୀ ସ୍ୱାର୍ଥ ସୁରକ୍ଷା ଆଇନର ଧାରା ୬ ଅନୁଯାୟୀ ମାମଲା ରୁଜୁ କରାଯାଇଛି।BGUଅପରାଧ ଶାଖା ପକ୍ଷରୁ ଜଣାପଡିଛି ଯେ ୨୦୦୮ ଓ ୨୦୧୯ ମଧ୍ୟରେ ପୋଖରିପୁଟଠାରେ ଡୁପ୍ଲେକ୍ସ ଯୋଗାଇବା ପାଇଁ କମ୍ପାନି ୩୦ ଜଣ ଗ୍ରାହକଙ୍କଠାରୁ ପୂରା ଟଙ୍କା ନେଇଯାଇଥିଲେ। ହେଲେ ବିଭିନ୍ନ ସରକାରୀ ସଂସ୍ଥାଠାରୁ ଯେଉଁ ଅନୁମୋଦନ ଆଣିବା କଥା ତାହା ସେ ଆଣିପାରିନଥିଲା। ଏହା ଫଳରେ ତିନି ବର୍ଷ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନଥିଲା। ତେବେ ଅପ୍ରୋଚ ରୋଡ ନଥିବା ଓ ଅନ୍ୟାନ୍ୟ ଅସୁବିଧା ତଥା ବାହାନା ଦର୍ଶାଇ ସେ ଏହି ପ୍ରକଳ୍ପକୁ ବନ୍ଦ କରିଦେଇଥିଲେ।

୨୦୧୩ରେ ସଂସ୍ଥା ପକ୍ଷରୁ ଯଦୁପୁର ମୌଜାରେ କେଶରୀ ପ୍ଲାଜା ନାମରେ ଆଉ ଏକ ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପରେ ପୁରୁଣା ଅଳ୍ପ କିଛି ଗ୍ରାହକଙ୍କୁ ଡୁପ୍ଲେକ୍ସ ଓ ଟ୍ରିପ୍ଲେକ୍ସ ଯୋଗାଇ ଦିଆଯାଇଥିଲା।

ତଦନ୍ତ ବେଳେ ଜଣାପଡିଥିଲା ଯେ ଯେଉଁମାନଙ୍କୁ ଘର ଦିଆଗଲା ନାହିଁ ସେମାନଙ୍କୁ ପୂରା ଅର୍ଥ ଫେରାଇ ଦିଆଯାଇ ନଥିଲା। ତାଛଡ଼ା ଚୁକ୍ତି ଅନୁଯାୟୀ  ଯେଉଁମାନଙ୍କୁ ଯେଉଁ ଘର ଦେବା କଥା ତାହା  ଦିଆଯାଇନଥିଲା। ଆହୁରି ମଧ୍ୟ, ଯେଉଁମାନେ ଏହି ପ୍ରକଳ୍ପରେ ପୁଞ୍ଜି ଖଟାଇଥିଲେ ସେମାନଙ୍କ ଅର୍ଥ ଫେରସ୍ତ ଦିଆ ଯାଇନଥିବାର ଅଭିଯୋଗ ଆସିଥିଲା।

Comment