ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିକାଲି ସବୁ ଜିନିଷ ଡିଜିଟାଲ ମାଧ୍ୟମରେ କରାଯାଉଛି। ଅନ୍‌ଲାଇନ୍ ମାଧ୍ୟମରେ ହେଉ ବା ମୋବାଇଲ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ହେଉ ସବୁ ଡିଜିଟାଲ ମାଧ୍ୟମରେ ହେଉଛି। ଫେସବୁକ୍‌, ଜିମେଲ, ଟୁଇଟର ଆଦି ସୋସିଆଲ ମିଡିଆ ସାଇଟ୍‌, ବ୍ୟାଙ୍କିଙ୍ଗ୍ ଆଦି ସବୁକୁ ପାସ୍‌ଓ୍ୱାର୍ଡ ଜରିଆରେ ସୁରକ୍ଷିତ ରଖାଯାଏ।

ପାସଓ୍ୱାର୍ଡଟି ଆପଣଙ୍କ ସମସ୍ତ ଆକାଉଣ୍ଟକୁ ସୁରକ୍ଷିତ ରଖିବ। ଯାହାଦ୍ୱାର କେହି ଆପଣଙ୍କ ସୋସିଆଲ ମିଡିଆକୁ ଅପବ୍ୟବହାର କରିପାରିବେ ନାହିଁ। କିନ୍ତୁ ଯଦି ଆପଣଙ୍କର ପାସଓ୍ୱାର୍ଡ କିଏ ଜାଣିଥିବେ ତାହାଲେ ସେ ଆପଣଙ୍କର ସମସ୍ତ ତଥ୍ୟ ଜାଣି ପାରିବ. ଏବଂ ଏହାର ଅପବ୍ୟବହାର ମଧ୍ୟ କରିପାରିବ।

ଜାଣନ୍ତୁ କେମିତି ନିଜ ପାସଓ୍ୱାର୍ଡକୁ ସୁରକ୍ଷିତ ରଖିବେ।

  • ବିଭିନ୍ନ ଆକାଉଣ୍ଟ ପାଇଁ ଭିନ୍ନ ଭିନ୍ନ ପାସଓ୍ୱାର୍ଡ ରଖନ୍ତୁ। ଆକାଉଣ୍ଟ ଦୁଇ ସ୍ତରୀୟ ଭେରିଫିକେସନ ଦିଅନ୍ତୁ।
  • କାହାରିକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟର ପାସଓ୍ୱାର୍ଡ ଦିଅନ୍ତୁ ନାହିଁ।
  • ୧୦ ଅକ୍ଷର ବିଶିଷ୍ଟ କଷ୍ଟ ପାସଓ୍ୱାର୍ଡ ରଖନ୍ତୁ। ଯେଉଁଥିରେ ଅକ୍ଷର, ନମ୍ବର ଏବଂ ଚିହ୍ନ ଥିବ।
  • ପୁରୁଣା ପାସଓ୍ୱାର୍ଡ ବ୍ୟବହାର କରନ୍ତୁ ନାହିଁ।
  • ପାସଓ୍ୱାର୍ଡ କମ୍ପ୍ୟୁଟର, ନୋଟବୁକ କିମ୍ବା ପର୍ସରେ ଲେଖି ରଖନ୍ତୁ ନାହିଁ।
  • ଅନ୍ୟର ମୋବାଇଲ, କମ୍ପ୍ୟୁଟର ତଥା ଲ୍ୟାପଟପରେ କୌଣସି ପ୍ରକାରର ଅନଲାଇନ ବ୍ୟାଙ୍କ କାରବାର ତଥା ସୋସିଆଲ ମିଡିଆ ଆକାଉଣ୍ଟ ଖୋଲନ୍ତୁ ନାହିଁ। ଯଦି ଖୋଲିଥିବେ, ଲଗ୍ ଆଉଟତ ବା ସାଇନ୍ ଆଉଟ୍ କରନ୍ତୁ। ଏବଂ ରିମେମ୍ବର ପାସଓ୍ୱାର୍ଡ ମାରନ୍ତୁ ନାହିଁ।
  • ନିଜର ନାମ, ନିଜର ଜନ୍ମ ସମୟ, ସାଙ୍ଗ ନାମ, ଚଳଚ୍ଚିତ୍ର ନାମ, ଗାଡ଼ି ନମ୍ବର, ୧୨୩୪୫, aaaaa, bbbbb, ccc, password, admin ଭଳି ଶବ୍ଦକୁ ପାସଓ୍ୱାର୍ଡ ଭାବେ ବ୍ୟବହାର କରନ୍ତୁ ନାହିଁ।
  • ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗ୍ କାରବାର ସମୟରେ ପାସଓ୍ୱାର୍ଡ ମାରିବା ପାଇଁ ‘Virtual Keyboard’ର ବ୍ୟବହାର କରନ୍ତୁ ନାହିଁ।

Comment