ଓଡ଼ିଶାଲାଇଭ୍ ବ୍ୟୁରୋ

ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲା ପୁରୁଣା ବୋରିଗୁମ୍ମା ବେହାଲ ହୋଇଯାଇଛି। ଅସ୍ଥାୟୀ ପୋଲ ଉପରେ ୩ ଫୁଟ ପାଣି ପ୍ରବାହିତ ହେଉଛି। ଏହି ପୋଲ ଉପରେ ଯାନବାହନ ଚଳାଚଳ ହେଉଥିଲା। କିନ୍ତୁ ଆଜି ଦୁର୍ଘ ଦୁଇଘଣ୍ଟା ଲଗାଣ ବର୍ଷା ଯୋଗୁଁ ଅସ୍ଥାୟୀ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହୋଇଥିଲା। ଫଳରେ ଯାତାୟତ ଠପ୍ ହୋଇଯାଇଥିଲା।

ପୁରୁଣା ବୋରିଗୁମ୍ମାରେ ଏକ ନୂତନ ପୋଲ ନିର୍ମାଣ ହେଉଥିବାରୁ ଲୋକଙ୍କ ଯାତାୟତ ପାଇଁ ଅସ୍ଥାୟୀ ପୋଲ ନିର୍ମାଣ ହୋଇଥିଲା।

ପୂର୍ତ୍ତ ବିଭାଗ ପକ୍ଷରୁ ପୋଲ ନିର୍ମାଣ ମନ୍ଥର ଗତିରେ ଚାଲିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।

Comment