ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୁବ୍‌ଶୀଘ୍ର ଟିମ୍‌ ଇଣ୍ଡିଆ ଜର୍ସିରେ ଚୀନ୍‌ ସ୍ମାର୍ଟଫୋନ୍‌ କମ୍ପାନି ‘ଓପୋ’ର ଲୋଗୋ ରହିବ ନାହିଁ। ୨୦୧୭ ମସିହା ମାର୍ଚ୍ଚ ମାସରେ ‘ଓପୋ’ କମ୍ପାନି ବିସିସିଆଇ ସହ ୧,୦୭୯ କୋଟି ଟଙ୍କାରେ ଆଗାମୀ ୫ ବର୍ଷ ପାଇଁ ଚକ୍ତି କରିଥିଲା। ତେବେ ବର୍ତ୍ତମାନ ‘ଓପୋ’ ଏଥିରୁ ଓହରିଯିବାକୁ ଚାହୁଁଛି। ‘ଓପୋ’ ସ୍ଥାନରେ ଭାରତୀୟ ଅନ୍‌ଲାଇନ୍‌ ଟ୍ୟୁଟୋରିଆଲ ଆପ୍‌ କମ୍ପାନି BYJU’S ରହିବ।

‘ଓପୋ’ର କହିବା କଥା, ଟିମ୍ ଇଣ୍ଡିଆର ଜର୍ସିରେ ନାଁ ଲେଖା ପାଇଁ ସେ ଆବଶ୍ୟକତାଠାରୁ ଅଧିକ ଅର୍ଥ ଖର୍ଚ୍ଚ କରିଥିବା ଅନୁଭବ କରୁଛି। ତେଣୁ କମ୍ପାନି କର୍ତ୍ତୃପକ୍ଷ ଏଥିରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ‘ଓପୋ’ ଏହି ଅଧିକାର ‘ବାୟଜୁ’କୁ ଦେଇଛି। ଆସନ୍ତା ସେପ୍ଟେମ୍ବର ମାସରେ ଟିମ୍‌ ଇଣ୍ଡିଆର ଜର୍ସିରେ ‘ଓପୋ’ର ଲୋଗୋ ହଟି ‘ବାୟଜୁ’ର ଲୋଗ ଦେଖିବାକୁ ମିଳିବ।

ତେବେ ଏଥିରେ ବିସିସିଆଇକୁ କୌଣସି କ୍ଷତି ସଡିବାକୁ ପଡ଼ିବ ନାହିଁ। ବାକିଥିବା ପଇସା ବିସିସିଆଇ ‘ବାୟଜୁ’ଠାରୁ ହାସଲ କରିନେବ। ଏହି ଅଧିକାର ୨୦୨୨ ମସିହା ମାର୍ଚ୍ଚ ମାସ ଯାଏଁ ଜାରି ରହିବ। ‘ଓପୋ’ ଓହରିଯିବା ପରେ ବିସିସିଆଇ କୌଣସି ନିଲାମୀ ଡାକିବାକୁ ମଧ୍ୟ ପଡ଼ିବ ନାହିଁ। କାରଣ ‘ଓପୋ’ ନିଜେ ଏହି ଚୁକ୍ତି ଅଧିକାର ‘ବାୟଜୁ’କୁ ଦେଇଛି।

ଆସନ୍ତା ୱେଷ୍ଟଇଣ୍ଡିଜ ଟୁର୍‌ରେ ଟିମ୍‌ ଇଣ୍ଡିଆର ଜର୍ସିରେ ଓପୋର ଲୋଗୋ ରହିବ। ଏହାପରେ ଭାରତର ନ୍ୟୁଜିଲାଣ୍ଡ ସିରିଜ୍‌ ସମୟରେ ଟମ୍‌ ଇଣ୍ଡିଆର ଜର୍ସିରେ ନୂଆ ଲୋଗ ‘ବାୟୁଜୁ’କୁ ଦେଖିବାକୁ ମିଳିବ। ସୂଚନା ମୂତାବିକ, ଏ ଦିଗରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

Comment