ଓଡ଼ିଶାଲାଇଭ୍ ବ୍ୟୁରୋ

Oppo A15 ସ୍ମାର୍ଟଫୋନ୍‌ର ଫିଚର ଓ ଦାମ୍ ବିଷୟରେ ଜାଣନ୍ତୁ।

ଭାରତରେ ଓପ୍ପୋର ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍ ହୋଇଛି। ଏହାର ନାଁ ରହିଛି Oppo A15। ଖୁବଶୀଘ୍ର ଏହାର ବିକ୍ରି ଆରମ୍ଭ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ତେବେ ଆସନ୍ତୁ ଜାଣିବା ଏହି ଫୋନ୍‌ର ଫିଚର ଓ ଦାମ୍ ବିଷୟରେ…

ଫିଚର

Oppo A15ରେ ଡୁଆଲ ନାନୋ ସିମ୍ ସପୋର୍ଟ ମିଳୁଛି। ଏହି ଫୋନ୍ ଆଣ୍ଡ୍ରଏଡ୍ ୧୦ ଉପରେ ଆଧାରିତ ColorOS ୭.୨ରେ ଚାଲୁଛି। ଏଥିରେ ୬.୫୨ ଇଞ୍ଚ୍‌ର ଏଚ୍‌ଡି ପ୍ଲସ୍ (୭୨୦*୧,୬୦୦) ଡିସ୍‌ପ୍ଲେ ଦିଆଯାଇଛି।

ଏହି ସ୍ମାର୍ଟଫୋନ୍‌ରେ ୩ ଜିବି ରାମ୍ ସହିତ ଅକ୍ଟାକୋର୍ ମିଡିଆଟେକ୍ ହିଲିଓ ପି୩୫ ପ୍ରୋସେସର ଉପଲବ୍ଧ। ଏଥିରେ ୩୨ ଜିବିର ଇଣ୍ଟରନାଲ ଷ୍ଟୋରଜ୍ ରହିଛି, ଯାହାକୁ ୨୫୬ ଜିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ।

ଏହି ଫୋନ୍ ଡାଇନାମିକ୍ ବ୍ଲାକ୍ ଓ ମିଷ୍ଟ୍ରି ବ୍ଲୁ କଲରରେ ଉପଲବ୍ଧ ହେଉଛି। Oppo A15କୁ ଗ୍ରାହକମାନେ ୧୦,୯୯୦ ଟଙ୍କାରେ କିଣିପାରିବେ।କ୍ୟାମେରା

ଫଟୋଗ୍ରାଫି ପାଇଁ ଏଥିରେ ୩ଟି ରିୟର କ୍ୟାମେରା ମିଳୁଛି। ପ୍ରାଇମେରୀ କ୍ୟାମେରା ୧୩MP, ମାକ୍ରୋ କ୍ୟାମେରା ୨MP ଓ ଡେପ୍‌ଥ କ୍ୟାମେରା ୨MPରେ ଉପଲବ୍ଧ ହେଉଛି। ସେଲ୍ଫି ପାଇଁ ଏଥିରେ ୫MPର ଫ୍ରଣ୍ଟ କ୍ୟାମେରା ରହିଛି।

ବ୍ୟାଟେରି ଓ କନେକ୍ଟିଭିଟି

Oppo A15ରେ ୪,୨୩୦ mAh ବ୍ୟାଟେରି ମିଳୁଛି। ଏଥିସହ ୧୦ ଓ୍ଵାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ବି ମିଳୁଛି। କନେକ୍ଟିଭିଟି ପାଇଁ ଏଥିରେ ୪ଜି LTE, ଓ୍ଵାଇ-ଫାଇ, ବ୍ଲୁଟୁଥ୍ ଭି୫.୦, ଜିପିଏସ୍/ଏ-ଜିପିଏସ୍, ମାଇକ୍ରୋ-ୟୁଏସ୍‌ବି ଓ ଗୋଟିଏ ୩.୫ ଏମ୍‌ଏମ୍ ହେଡ୍‌ଫୋନ୍ ଜ୍ୟାକ୍ ସପୋର୍ଟ ଦିଆଯାଉଛି।

Comment