ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଲଞ୍ଚ ହୋଇଥିବା ଓପ୍ପୋର ସବୁଠୁ ପତଳା ସ୍ମାର୍ଟଫୋନ୍ ଏଫ୍‌୧୭ ପ୍ରୋ‌ର ଦାମ୍ ଏବଂ ଫିଚର ବିଷୟରେ ଜାଣନ୍ତୁ…

ଚୀନର ମୋବାଇଲ କମ୍ପାନି ଓପ୍ପୋ ସବୁଠୁ ପତଳା ସ୍ମାର୍ଟଫୋନ୍ ଏଫ୍‌୧୭ ପ୍ରୋକୁ ଭାରତରେ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନ୍‌ କ୍ଵାଡ୍ ରିୟର କ୍ୟାମେରା ସେଟ୍‌ଅପ୍ ସହିତ ଉପଲବ୍ଧ ହେଉଛି। ଏଥିସହ ୩୦ ଓ୍ଵାଟ୍‌ର ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି ସପୋର୍ଟ ମଧ୍ୟ ଅଛି। ଆସନ୍ତା ସେପ୍ଟେମ୍ବର ୭ରୁ ଓପ୍ପୋ ଏଫ୍‌୧୭ ପ୍ରୋର ବିକ୍ରୟ ଆରମ୍ଭ ହେବାକୁ ଯାଉଛି।

ଓପ୍ପୋ ଏଫ୍‌୧୭ ପ୍ରୋର ଫିଚର ଏବଂ ଦାମ୍

ଏହି ସ୍ମାର୍ଟଫୋନ୍‌ ମ୍ୟାଜିକ୍ ବ୍ଲାକ୍, ମ୍ୟାଜିକ୍ ବ୍ଲୁ ଏବଂ ମେଟାଲିକ ହ୍ଵାଇଟ୍ ପରି ତିନୋଟି ରଙ୍ଗରେ ଉପଲବ୍ଧ ହେଉଛି। ଏହା ଆଣ୍ଡ୍ରଏଡ୍ ୧୦ବିଶିଷ୍ଟ ColorOS ୭.୨ରେ ଚାଲୁଛି। ଡୁଆଲ ସିମ୍‌ବିଶିଷ୍ଟ(ନାନୋ ) ଏହି ଫୋନରେ ୬.୪୩ ଇଞ୍ଚର ଫୁଲ୍ ଏଚ୍‌ଡି ପ୍ଲସ୍(୧,୦୮୦*୨,୪୦୦ ପିକ୍ସେଲ) ସୁପର୍ AMOLED ଡିସ୍‌ପ୍ଲେ ଦିଆଯାଇଛି। ଏହା ହେଉଛି ଏକ ୬୦Hz ରିଫ୍ରେସ୍ ରେଟ୍‌ବିଶିଷ୍ଟ ଡିସ୍‌ପ୍ଲେ। ଏହି ଫୋନରେ ୮ଜିବି ରାମ୍ ସହିତ ମିଡିଆଟେକ୍ ହେଲିଓ ପି୯୫ ପ୍ରୋସେସର ଉପଲବ୍ଧ। କମ୍ପାନି ପକ୍ଷରୁ ଏହି ସ୍ମାର୍ଟଫୋନ୍‌ର ଦାମ୍ ୨୨,୯୯୦ ଟଙ୍କା ରଖାଯାଇଛି।

କ୍ୟାମେରା

ଫଟୋଗ୍ରାଫି ପାଇଁ ଏହି ଫୋନରେ କ୍ଵାଡ୍ ରିୟର କ୍ୟାମେରା ଦିଆଯାଇଛି। ଏଥିରେ ୪ଟି ରିୟର କ୍ୟାମେରା ଯଥା- ପ୍ରାଇମେରି କ୍ୟାମେରା, ଓ୍ଵାଇଡ-ଆଙ୍ଗେଲ୍ କ୍ୟାମେରା, ମୋନୋକ୍ରୋମ୍ କ୍ୟାମେରା ଏବଂ ପୋଟ୍ରେଟ୍ କ୍ୟାମେରା ମିଳୁଛି। ଏଗୁଡ଼ିକ ଯଥାକ୍ରମେ 48MP, 8MP, 2MP ଏବଂ 2MPରେ ଉପଲବ୍ଧ ହେଉଛି। ସେଲ୍ଫି ପାଇଁ ଏଥିରେ 16MP ଏବଂ 2MPର ଦୁଇଟି ଫ୍ରଣ୍ଟ କ୍ୟାମେରା ଅଛି।BGUବ୍ୟାଟେରୀ ଓ ଷ୍ଟୋରେଜ୍

ଓପ୍ପୋ ଓପ୍ପୋ ଏଫ୍‌୧୭ ପ୍ରୋରେ ସିକ୍ୟୁରିଟି ପାଇଁ ଇନ୍-ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ଦିଆଯାଇଛି। ଏହା ସହ ୪,୦୦୦mAhର ବ୍ୟାଟେରୀ ମିଳୁଛି ଏବଂ ୩୦W VOOC ଫ୍ଲାଶ୍ ଚାର୍ଜ ୪.୦ର ସପୋର୍ଟ ମଧ୍ୟ ରହିଛି। ଏହି ଫୋନରେ ୮ଜିବି + ୧୨୮ଜିବି ଷ୍ଟୋରେଜ ଉପଲବ୍ଧ ହେଉଛି।

ଓପ୍ପୋ ଏଫ୍‌୧୭ ପ୍ରୋ ବ୍ୟତୀତ କମ୍ପାନି ପକ୍ଷରୁ ଓପ୍ପୋ ଏଫ୍୧୭ ନାମକ ଆଉ ଏକ ସ୍ମାର୍ଟଫୋନ୍ ଲଞ୍ଚ ହୋଇଛି। ତେବେ ଏହାର ଦାମ୍ ଏବଂ ବିକ୍ରି ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ।ଓପ୍ପୋ ଏଫ୍୧୭ର ଫିଚର

ଡୁଆଲ ସିମ୍(ନାନୋ) ସପୋର୍ଟବିଶିଷ୍ଟ ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ ୧୦ ColorOS ୭.୨ରେ ଚାଲୁଛି। ଏଥିରେ ୬.୪୪ ଇଞ୍ଚର ଫୁଲ୍ ଏଚ୍‌ଡି ଡିସ୍‌ପ୍ଲେ ଦିଆଯାଇଛି। ଏଥିସହ କମ୍ପାନି ପକ୍ଷରୁ ଏଥିରେ ୮ଜିବି ରାମ୍ ସହିତ ଅକ୍ଟାକୋର୍ କ୍ଵାଲକମ୍ ସ୍ନାପ୍‌ଡ୍ରାଗନ୍ ୬୬୨ ପ୍ରୋସେରର ଦିଆଯାଇଛି। ଏହି ଫୋନ୍ ନେଭି ବ୍ଲ୍ୟୁ, କ୍ଲାସିଲ୍ ସିଲ୍‌ଭର୍ ଏବଂ ଡାଇନାମିକ୍ ଅରେଞ୍ଜ ପରି ତିନୋଟି ରଙ୍ଗରେ ମିଳିବ। ଏଥିସହ ୪ଜିବି + ୬୪ଜିବି, ୪ଜିବି + ୧୨୮ଜିବି, ୬ଜିବି + ୧୨୮ଜିବି ଏବଂ ୮ଜିବି + ୧୨୮ଜିବି ପରି ୪ ପ୍ରକାର ଷ୍ଟୋରେଜ୍ ସିଷ୍ଟମରେ ଏହି ଫୋନ୍ ଉପଲବ୍ଧ ହେବ।

ବ୍ୟାଟେରୀ ଓ କ୍ୟାମେରା

ଫଟୋଗ୍ରାଫି ପାଇଁ ଏଥିରେ 16MP + 8MP + 2MP + 2 MP ର ରିୟର  କ୍ୟାମେରା ଦିଆଯାଇଛି। ସେହିପରି ସେଲ୍ଫି ପାଇଁ ଏଥିରେ 16MP କ୍ୟାମେରା ରହିଛି। ଏହି ଫୋନ୍‌ରେ ୪,୦୦୦mAh ବ୍ୟାଟେରୀ ସହିତ ୩୦ ଓ୍ଵାଟ୍‌ର ଫାଷ୍ଟ୍ ଚାର୍ଜିଂ ସପୋର୍ଟ ବି ଦିଆଯାଇଛି।

Comment