ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ମାର୍ଟଫୋନ୍ କମ୍ପାନି ଓପ୍ପୋ ନିଜର Oppo A33(୨୦୨୦) ସ୍ମାର୍ଟଫୋନ୍‌କୁ ଭାରତରେ ଲଞ୍ଚ୍ କରିଛି। ଏହି ଫୋନ୍‌ରେ ୫,୦୦୦ ଏମ୍‌ଏଏଚ୍ ବ୍ୟାଟେରି ଓ ସ୍ନାପ୍‌ଡ୍ରାଗନ୍ ୪୬୦ ପ୍ରୋସେସର ମିଳୁଛି। ଏହା ଛଡ଼ା ଆହୁରି ଅନେକ ସୁବିଧା ପ୍ରଦାନ କରାଯାଉଛି। ତେବେ ଆସନ୍ତୁ ଜାଣିବା ଏହି ଫୋନ୍‌ର ଫିଚର ଓ ଦାମ୍ ବିଷୟରେ…

ଦାମ୍

Oppo A33ର ୩ ଜିବି RAM+ ୩୨ ଜିବି ROM ମଡେଲର ମୂଲ୍ୟ ରହିଛି ୧୧,୯୯୦ ଟଙ୍କା। ଏହି ଫୋନ୍ ଅଫ୍‌ଲାଇନ୍ ରିଟେଲ୍ ଷ୍ଟୋର୍‌ରେ ଉପଲବ୍ଧ ହେଉଛି। ଫ୍ଲିପ୍‌କାର୍ଟର ‘ନେକ୍ସଟ ବିଗ୍ ବିଲିୟନ ଡେଜ୍‌’ରେ Oppo A33(୨୦୨୦)କୁ ଅନ୍‌ଲାଇନ୍‌ରେ ବିକ୍ରି କରାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।ଫିଚର

ଏହି ଫୋନ୍ ଆଣ୍ଡ୍ରଏଡ୍ ୧୦ ଆଧାରିତ ColorOS ୭.୨ରେ ଚାଲୁଛି। ଏଥିରେ ୯୦Hz ରିଫ୍ରେସ୍ ରେଟ୍ ସହିତ ୬.୫ ଇଞ୍ଚ୍‌ର ଏଚ୍‌ଡି ପ୍ଲସ୍ (୭୨୦*୧,୬୦୦ ପିକ୍ସେଲ) ହୋଲ୍‌-ପଞ୍ଚ୍ ଡିସ୍‌ପ୍ଲେ ଦିଆଯାଇଛି।

ଏହି ସ୍ମାର୍ଟଫୋନ୍‌ରେ ଅକ୍ଟାକୋର କ୍ଵାଲକମ୍ ସ୍ନାପ୍‌ଡ୍ରାଗନ୍ ୪୬୦ ପ୍ରୋସେସର ରହିଛି। ଫୋନ୍‌ରେ ୩୨ ଜିବିର ଇଣ୍ଟରନାଲ ଷ୍ଟୋରେଜ୍ ମିଳୁଛି, ଯାହାକୁ ମେମୋରି କାର୍ଡ ସାହାଯ୍ୟରେ ୨୫୬ ଜିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ।

କ୍ୟାମେରା

ଏହି ଫୋନ୍‌ରେ ଟ୍ରିପଲ ରିୟର କ୍ୟାମେରା ସେଟ୍‌ ଅପ୍ ଦିଆଯାଇଛି। ଏହାର ପ୍ରାଇମେରି କ୍ୟାମେରା ୧୩ ମେଗାପିକ୍ସେଲବିଶିଷ୍ଟ। ଏହା ଛଡ଼ା ଏଥିରେ ୨MPର ଡେପ୍‌ଥ ସେନ୍ସର ଓ ୨MPର ମାକ୍ରୋ ସେନ୍ସର ମିଳୁଛି। ସେଲ୍‌ଫି ପାଇଁ ଏଥିରେ ୮MPର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି।ବ୍ୟାଟେରି

ଏହି ଫୋନ୍‌ରେ ୫,୦୦୦mAhର ବ୍ୟାଟେରି ମିଳୁଛି। ଏଥିସହ ୧୮ ଓ୍ଵାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ପ୍ରଦାନ କରାଯାଉଛି। ଫୋନ୍‌ର ପଛପଟେ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଛି।

ଅଫର

ଏହି ଫୋନ୍ କିଣିବା ପାଇଁ ବିଭିନ୍ନ ଅଫର ମଧ୍ୟ ଉପଲବ୍ଧ ହେଉଛି। କୋଟକ ବ୍ୟାଙ୍କ, ଆର୍‌ବିଏଲ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଓ ଫେଡେରାଲ ବ୍ୟାଙ୍କ କାର୍ଡରେ Oppo A33(୨୦୨୦) କିଣିଲେ ୫ ପ୍ରତିଶତ ରିହାତି ମିଳିବ। ଯଦି ଗ୍ରାହକ ଏହି ଫୋନ୍‌କୁ Paytm ଜରିଆରେ କିଣିବେ ତେବେ ତାଙ୍କୁ ୪୦,୦୦୦ ଟଙ୍କାର ଭାଲ୍ୟୁ ସୁବିଧା ମିଳିବ। ସେହିପରି ଗ୍ରାହକମାନେ ଅଫ୍‌ଲାଇନ୍ ଷ୍ଟୋର୍‌ରୁ ଏହି ଫୋନ୍ କିଣିଲେ ବିଭିନ୍ନ ବ୍ୟାଙ୍କ ଅଫର ମିଳିବ।

Comment