ଓଡ଼ିଶାଲାଇଭ୍ ବ୍ୟୁରୋ

୧୧,୯୯୦ ଟଙ୍କିଆ OPPO A33 ସ୍ମାର୍ଟଫୋନ୍‌କୁ ୩,୫୯୭ ଟଙ୍କାରେ କେମିତି କିଣିବେ ଜାଣନ୍ତୁ।

ଭାରତରେ OPPO A33 ସ୍ମାର୍ଟଫୋନ୍‌ର ବିକ୍ରି ଆରମ୍ଭ ହୋଇଛି। ଏହି ଫୋନ୍‌ରେ ୫,୦୦୦mAh ବ୍ୟାଟେରି ଓ ୯୦Hz ଡିସ୍‌ପ୍ଲେ ମିଳୁଛି। ଫ୍ଲିପ୍‌କାର୍ଟ ଦୀପାବଳି ସେଲ୍‌ରେ ଏହି ଫୋନ୍ ବିକ୍ରି ହେଉଛି। ଫୋନ୍‌ର ଦାମ୍ ରହିଛି ୧୧,୯୯୦ ଟଙ୍କା। କିନ୍ତୁ ସବୁଠୁ ଖାସ୍ କଥା ହେଉଛି ଏହି ଫୋନ୍‌କୁ ଗ୍ରାହକମାନେ ଏବେ ମାତ୍ର ୩,୫୯୭ ଟଙ୍କାରେ କିଣିପାରିବେ।

କେମିତି କିଣିବେ?

ବାୟବ୍ୟାକ୍ ଗ୍ୟାରେଣ୍ଟି ବିକଳ୍ପ ଜରିଆରେ ଆପଣ ଏହି ଫୋନ୍‌କୁ ୩,୫୯୭ ଟଙ୍କାରେ କିଣିପାରିବେ। କିନ୍ତୁ ଏହି ଫୋନ୍ ଆପଣଙ୍କ ପାଖରେ କେବଳ ୬ରୁ ୮ ମାସ ପର୍ଯ୍ୟନ୍ତ ରହିବ। ଏହି ସମୟ ସରିଗଲେ ଆପଣଙ୍କୁ ଫୋନ୍ ଫେରାଇବାକୁ ପଡ଼ିବ। ଏହାପରେ ଯେତେବେଳେ ଆପଣ ଏକ ନୂଆ ଫୋନ୍ କିଣିବେ ସେତେବେଳେ ସେଥିରୁ ୩,୫୯୭ ଟଙ୍କା କାଟି ଟଙ୍କା ଦେବାକୁ ହେବ। କିନ୍ତୁ ଯଦି ଆପଣ ଏହି ଫୋନ୍‌କୁ ପାଖରେ ରଖିବାକୁ ଚାହିଁବେ ତେବେ ଆପଣଙ୍କୁ ପୂରା ଟଙ୍କା ଦେବାକୁ ପଡ଼ିବ।OPPO A33ର ଫିଚର

ଏହି ଫୋନ୍ ଆଣ୍ଡ୍ରଏଡ୍ ୧୦ ଆଧାରିତ ColorOS ୭.୨ରେ ଚାଲୁଛି। ଏଥିରେ ୯୦Hz ରିଫ୍ରେସ୍ ରେଟ୍ ସହିତ ୬.୫ ଇଞ୍ଚ୍‌ର ଏଚ୍‌ଡି ପ୍ଲସ୍ (୭୨୦*୧,୬୦୦ ପିକ୍ସେଲ) ହୋଲ୍‌-ପଞ୍ଚ୍ ଡିସ୍‌ପ୍ଲେ ଦିଆଯାଇଛି।

ଏହି ସ୍ମାର୍ଟଫୋନ୍‌ରେ ଅକ୍ଟାକୋର କ୍ଵାଲକମ୍ ସ୍ନାପ୍‌ଡ୍ରାଗନ୍ ୪୬୦ ପ୍ରୋସେସର ରହିଛି। ଫୋନ୍‌ରେ ୩୨ ଜିବିର ଇଣ୍ଟରନାଲ ଷ୍ଟୋରେଜ୍ ମିଳୁଛି, ଯାହାକୁ ମେମୋରି କାର୍ଡ ସାହାଯ୍ୟରେ ୨୫୬ ଜିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ।କ୍ୟାମେରା

ଏହି ଫୋନ୍‌ରେ ଟ୍ରିପଲ ରିୟର କ୍ୟାମେରା ସେଟ୍‌ ଅପ୍ ଦିଆଯାଇଛି। ଏହାର ପ୍ରାଇମେରି କ୍ୟାମେରା ୧୩ ମେଗାପିକ୍ସେଲବିଶିଷ୍ଟ। ଏହା ଛଡ଼ା ଏଥିରେ ୨MPର ଡେପ୍‌ଥ ସେନ୍ସର ଓ ୨MPର ମାକ୍ରୋ ସେନ୍ସର ମିଳୁଛି। ସେଲ୍‌ଫି ପାଇଁ ଏଥିରେ ୮MPର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି।

ବ୍ୟାଟେରି

ଏହି ଫୋନ୍‌ରେ ୫,୦୦୦mAhର ବ୍ୟାଟେରି ମିଳୁଛି। ଏଥିସହ ୧୮ ଓ୍ଵାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ପ୍ରଦାନ କରାଯାଉଛି। ଫୋନ୍‌ର ପଛପଟେ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଛି।

Comment