ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ମାର୍ଟ ଫୋନ୍ ମୋବାଇଲ୍ କମ୍ପାନି ଓପ୍ପୋ ତା’ର F15 ମଡେଲକୁ ଲଞ୍ଚ୍ କରିଛି। F11 Pro ଓ f9 Proର ଅପଗ୍ରେଡ୍ ଭର୍ସନ ଭାବେ କମ୍ପାନି ଏହି ଫୋନକୁ ଲଞ୍ଚ୍ କରିଛି।

ଗ୍ରାହକମାନେ ଏହି ଫୋନରେ ୪୮ ମେଗାପିକ୍ସେଲ୍ କ୍ୟାମେରା ପାଇପାରିବେ। ଏହି ଫୋନ୍ ଫଟୋ ଓ ଭିଡିଓ କରିବା ପାଇଁ ଉପଯୁକ୍ତ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏଥିସହିତ ଏଥିରେ ଗ୍ରାହକମାନେ ୮ ଜିବି RAM ସହିତ ୧୨୮ ଜିବି ROM ପାଇବେ।

ଓପ୍ପୋ F15 ଫୋନରେ VOOC Flash charge ୩.୦ ସପୋର୍ଟ କରିବ। ଏହି ଚାର୍ଜରରେ ପାଞ୍ଚ ମିନିଟ୍ ଚାର୍ଜ କରି ଗ୍ରାହକମାନେ ଦୁଇ ଘଣ୍ଟା ପାଇଁ ଫୋନ୍ ବ୍ୟବହାର କରିପାରିବେ। ଏହି ଫୋନର ଦାମ ୧୯ ହଜାର ୮୯୦ ଟଙ୍କା ରଖାଯାଇଛି।

Comment