ଓଡ଼ିଶାଲାଇଭ୍ ବ୍ୟୁରୋ

କର୍ଣ୍ଣାଟକରେ ବିଜେପି ଅଧ୍ୟକ୍ଷ ବିଏସ୍ ୟେଦ୍ୟୁରପ୍ପା ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବା ପାଇଁ ଦାବିପତ୍ର ଦେଇଛନ୍ତି। ୧୦୫ ବିଧାୟକଙ୍କ ଦସ୍ତଖତ ନେଇ ସେ ରାଜ୍ୟପାଳଙ୍କୁ ଭେଟିଛନ୍ତି।

ୟେଦ୍ୟୁରପ୍ପା ଆଜି ସନ୍ଧ୍ୟା ୬ଟାରେ ପଦ ଓ ଗୋପନିୟତାର ଶପଥ ନେବେ। ରାଜଭବନରେ ଆଜି ୬ଟା ବେଳେ ଶପଥ ନେବେ। ୟେଦ୍ୟୁରପ୍ପାଙ୍କୁ ବିଧାନସଭାରେ ନିଜ ବହୁମତ ସାବ୍ୟସ୍ତ କରିବା ପାଇଁ ୭ଦିନର ସମୟ ଦିଆଯିବ।

୩ ଦିନ ପୂର୍ବରୁ ଏଚ୍‌ ଡି କୁମାରସ୍ୱାମୀଙ୍କ ସରକାର ଭାଙ୍ଗିଥିଲା। ଗତ ଜୁଲାଇ ୧ରୁ କର୍ଣ୍ଣାଟକରେ ରାଜନୀତିକ ସଙ୍କଟ ଲାଗି ରହିଥିଲା। ଶେଷରେ କୁମାରସ୍ୱାମୀ ସରକାର ଆସ୍ଥା ଭୋଟର ସମ୍ମୁଖିନ ହୋଇଥିଲେ। ଆସ୍ଥା ଭୋଟରେ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ୱାମୀ ପରାଜିତ ହୋଇଥିଲେ। କର୍ଣ୍ଣାଟକରେ ୧୪ ମାସର କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଭାଙ୍ଗିଯାଇଥିଲା।

୨୦୧୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ୧୦୪ ସିଟ୍ ପାଇଥିବା ବେଳେ କଂଗ୍ରେସ-ଜେଡିଏସ୍‌ର ୧୧୬ ବିଧାୟକଙ୍କ ସମର୍ଥନ ବଳରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Comment