ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ବେଆଇନ୍ ଭାବେ ଚାଲୁଥିବା ଡ୍ୟାନ୍ସ ବାର୍ ଉପରେ ଚଢ଼ଉ କଲା କମିଶନରେଟ୍ ପୋଲିସ। ଶୁକ୍ରବାର ରାତି ଅଧରେ ପୋଲିସ ଏକାଧିକ ବିନା ଲାଇସେନ୍ସରେ ଚାଲିଥିବା ଡ୍ୟାନ୍ସ ବାର୍ ଉପରେ ଚଢ଼ଉ କରିଛି। ୯୬ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ।

ଉଦ୍ଧାର ହୋଇଥିବା ଯୁବତୀମାନେ ଉତ୍ତର ପ୍ରଦେଶ, ପଞ୍ଜାବ, ଦିଲ୍ଲୀ ଏବଂ ହରିୟାଣାର ବୋଲି ଜଣାପଡ଼ିଛି।

ରାଜଧାନୀ ଭୁବନେଶ୍ୱରରେ ବିନା ଲାଇସେନ୍ସରେ ଚାଲୁଥିବା ଡ୍ୟାନ୍ସ ବାର୍‌ରେ ଅଶ୍ଳୀଳ ଡ୍ୟାନ୍ସ ହେଉଥିବା ଅଭିଯୋଗ ହୋଇଥିଲା।

ବିଳମ୍ବିତ ରାତିରେ କମିଶନରେଟ୍‌ ପୋଲିସ୍‌ ବାର୍‌ଗୁଡ଼ିକ ଉପରେ ଚଢ଼ଉ କରିଥିଲା। ଏଥିରୁ ୯୬ଜଣ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଛି।

Comment