ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନର ୟୁହାନରୁ ସୃଷ୍ଟି ହୋଇଥିବା କରୋନା ଏବେ ଓଡ଼ିଶାରେ ପହଞ୍ଚିଛି। ଏହି ମହାମାରୀ ଭାଇରସର ମୁକାବିଲା କରିବା ପାଇଁ  ରାଜ୍ୟସରକାର ଅଣ୍ଟା ଭିଡ଼ିଛନ୍ତି। କରୋନା ପାଇଁ ଆଜିଠୁ କଟକ ଓ ଭୁବନେଶ୍ୱରର ସମସ୍ତ ସପିଂ ମଲ୍‌କୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଟୁଇଟ୍‌ କରିଛନ୍ତି ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ।

 କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଗୋଟେ ପରେ ଗୋଟେ ପଦକ୍ଷେପ ନେଉଛନ୍ତି। ପୂର୍ବରୁ ରାଜ୍ୟର ସମସ୍ତ ସିନେମା ହଲ, ଜିମ୍‌, ସୁଇମିଂ ପୁଲ ଓ ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର।

ଅନ୍ୟପଟେ ଶ୍ରୀମନ୍ଦିରରେ ପ୍ରବେଶ କରିବା ପାଇଁ କରୋନା ଫର୍ମ ପୂରଣ କରି ପ୍ରବେଶ କରିବାକୁ ବାଧ୍ୟତାମୂଳକ କରାଯାଇଛି।

କରୋନା ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ମଧ୍ୟ ବନ୍ଦ କରାଯାଇଛି।

Comment