ଓଡ଼ିଶାଲାଇଭ ବ୍ୟୁରୋ

ଖୋର୍ଦ୍ଧାର ବାଲୁଗାଁସ୍ଥିତ ଇନ୍ଦ୍ର ମାର୍କେଟରେ ୬ ହଜାର ବର୍ଗଫୁଟ ବିଶିଷ୍ଟ ତିନି ମହଲାରେ କୋଲକତା ଟ୍ରେଣ୍ଡସ୍ ଶୋରୁମ ଉଦଘାଟିତ ହୋଇଛି। ଏହାକୁ ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଉଦଘାଟନ କରିଥିଲେ। ଉଦଘାଟନ ସମୟରେ କମ୍ପାନୀର ନିର୍ଦ୍ଦେଶକ ଆଶିଷ୍ ସାହଲ ଓ ହେମରାଜ ଆଡଭର୍ଟାଇଜିଂର ମୁଖ୍ୟ ଡ. ଲକ୍ଷ୍ମୀ ନାରାୟଣ ଅଗ୍ରଓ୍ଵାଲ ଉପସ୍ଥିତ ଥିଲେ।

ଶୋରୁମ ପକ୍ଷରୁ ଉଦଘାଟନୀ ଉତ୍ସବ ଉପଲକ୍ଷେ ପ୍ରତି ୪୯୯ ଟଙ୍କାର ସାମଗ୍ରୀ କ୍ରୟରେ ନିଶ୍ଚିତ ଉପହାର ଦିଆଯିବ। ଏହାସହ ସ୍କ୍ରାଚ କାର୍ଡ ମାଧ୍ୟମରେ ସିଲଭର କଏନ ଜିତିବାର ସୁଯୋଗ ରହିଛି।

ଏଠାରେ ପୁରୁଷ, ମହିଳା ଓ ପିଲାମାନଙ୍କ ପାଇଁ ଷ୍ଟାଇଲ ଓ ଫ୍ୟାସନେବଲ୍ ପୋଷାକ ଏବଂ ଶାଢ଼ୀ ଉପଲବ୍ଧ ହେଉଛି। ଏହାସହ ବିଭିନ୍ନ ପ୍ରକାର ଆସେସରିଜ୍ ମଧ୍ୟ ମିଳୁଛି।

ଓଡ଼ିଶା ବଜାରରେ ବିଶ୍ଵସ୍ତରୀୟ ଫ୍ୟାସନ ଜିନିଷକୁ କମ୍ ଦାମରେ ଯୋଗାଇ ଦେବାର ପ୍ରୟାସ କରାଯାଉଛି ବୋଲି କୋଲକାତା ଟ୍ରେଣ୍ଡସର ଶାଖା ପରିଚାଳକ ଧିରେନ୍ଦ୍ର ଯୋଶୀ କହିଛନ୍ତି। ଓଡ଼ିଶାର ଅନ୍ୟାନ୍ୟ ସହର ଗୁଡ଼ିକରେ ଏହି ଶୋରୁମ ଖୋଲାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି।

Comment