ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ଅଗଷ୍ଟ ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଭିତରକନିକାରେ କୁମ୍ଭୀର ଗଣନା ଚାଲିଥିବାରୁ ଗତ ୩ ମାସ ଧରି ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା। ଆସନ୍ତା ଅଗଷ୍ଟ ୧ରୁ ଭିତରକନିକା ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ।

ଚଳିତ ପ୍ରଜନନ ଋତୁରେ ଭିତକନିକାରେ ୯୨ଟି କୁମ୍ଭୀର ବସା ଚିହ୍ନଟ କରାଯାଇଥିଲା।

କୁମ୍ଭୀର ପ୍ରଜନନ ଋତୁ ପାଇଁ କେନ୍ଦ୍ରାପଡ଼ାସ୍ଥିତି ଭିତରକନିକା ଜାତୀୟ ପ୍ରଣୀ ଉଦ୍ୟାନ ଗତ ଜୁନ ୧ତାରିଖରୁ ଜୁଲାଇ ୩୧ ତାରିଖ ଯାଏଁ ଦୀର୍ଘ ୩ ମାସ ଧରି ବନ୍ଦ ରଖାଯାଇଥିଲା। ପ୍ରଜନନ ସମୟରେ ବଉଳା କୁମ୍ଭୀର ଅଧିକ ହିଂସ୍ର ହୋଇଥାନ୍ତି। ତେଣୁ, ପର୍ଯ୍ୟଟକଙ୍କ ପାଇଁ ଆକ୍ରମଣର ଭୟ ଥିବାରୁ ଭିତରକନିକାକୁ ବନ୍ଦ କରାଯାଇଥିଲା। ତେବେ ଆସନ୍ତା ଅଗଷ୍ଟ ୧ରୁ ଭିତରକନିକା ପୁଣିଥରେ କର୍ଯ୍ୟଟକଙ୍କ ପାଇଁ ଖୋଲିବ।

Comment