ଓଡ଼ିଶାଲାଇଭ୍ ବ୍ୟୁରୋ

ରାୟଗଡ଼ା ଜିଲ୍ଲା ୩୨୬ ନମ୍ବର ଜାତୀୟ ରାଜପଥ ସାରଳା ଛକଠାରୁ କୈଳାସ ଛକ ଯାଏଁ ଲମ୍ବିଥିବା ଓଭର୍ ବ୍ରିଜ୍ ରାସ୍ତା ଆରମ୍ଭରୁ ହିଁ ଖାଲରେ ଭର୍ତ୍ତି ହୋଇଛି। ଫଳରେ ଯାନବାହନ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି। ବାଇକ୍‌ରେ ଯିବା ସମୟରେ ଟିକେ ଅସାବଧାନତା ଯୋଗୁଁ ଦୁର୍ଘଟଣା ହେବାର ଆଶଙ୍କା ଥାଏ।

ଅନେକ ଦୁଇ ଚକିଆ ଚାଳକ ଉକ୍ତ ରାସ୍ତା ଦେଇ ଅତିକ୍ରମ କରୁଥିବା ବେଳେ ବ୍ରିଜରେ ହୋଇଥିବା ଖାଲ ଯୋଗୁଁ ଦୁର୍ଘଟଣାର ସମ୍ମୁଖୀନ ହୁଅନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଗାଡ଼ି ଯାତାୟତ କରିବାରେ ସମସ୍ୟା ସୃଷ୍ଟି ହେବା ସହ ବାଇକ ଆରୋହୀମାନେ ଖାଲରେ ପଡ଼ି ଆହତ ହେଉଛନ୍ତି।

Comment