ଓଡ଼ିଶାଲାଇଭ ବ୍ୟୁରୋ

ରାଜ୍ୟରେ ୫ଟି ନଦୀ ଜଳ ପ୍ରଦୂଷିତ ହୋଇଛି ବୋଲି ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ମନ୍ତ୍ରୀ କହିଛନ୍ତି, “ରାଜ୍ୟରେ ୫ଟି ନଦୀରେ ଜଳ ପ୍ରଦୂଷିତ ହୋଇଛି। କୋଏଲ ଓ ଶଙ୍ଖନଦୀରେ ମନୁଷ୍ୟକୃତ କାରଣରୁ ନଦୀ ପ୍ରଦୂଷିତ ହେଉଥିବା ବେଳେ କଟକ ଓ ସମ୍ଵଲପୁରର ନର୍ଦ୍ଦମା ପାଣି ମହାନଦୀରେ ପ୍ରବେଶ ଯୋଗୁଁ ଏହା ପ୍ରଦୂଷିତ ହେଉଛି। ସେହିପରି ରାଉରକେଲା ସହରର ନର୍ଦ୍ଦମା ପାଣି ଓ ଷ୍ଟିଲପ୍ଲାଣ୍ଟ ବର୍ଜ୍ୟବସ୍ତୁ ଯୋଗୁଁ ବ୍ରାହ୍ମଣୀ ନଦୀ ପ୍ରଦୂଷିତ ହେଉଛି।“

କୋଏଲ ଓ ଶଙ୍ଖ ନଦୀରେ ଗୋଟିଏ ସ୍ଥାନରେ ଜଳ ପ୍ରଦୂଷିତ ହେଉଥିବା ବେଳେ ମହାନଦୀ ୨ଟି, ବ୍ରହ୍ମଣୀ ୪ଟି ଓ ବୈତରଣୀ ୩ଟି ସ୍ଥାନରେ ନଦୀ ଜଳ ପ୍ରଦୂଷିତ ହେଉଥିବାର ମନ୍ତ୍ରୀ ସୂଚନା ଦେଇଛନ୍ତି।

ରାଜ୍ୟରେ ପ୍ରବାହିତ ନଦୀ ଗୁଡିକର ମୁଖ୍ୟ ପ୍ରଦୂଷଣକାରୀ ହେଉଛନ୍ତି ଶିଳ୍ପାଞ୍ଚଳ। କଟକଠାରୁ ଆରମ୍ଭକରି ରାଉରକେଲା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପାଇଖାନାର ବର୍ଜ୍ୟବସ୍ତୁ ଓ ନର୍ଦ୍ଦମାଜଳ ନଦୀ ମଧ୍ୟକୁ ଛାଡିଦିଆଯାଉଛି। ଯେଉଁ କେତେକ ସ୍ଥାନରେ ବିଶୁଦ୍ଧିକରଣ ପ୍ଲାଣ୍ଟ ରହିଛି ତାହା ଠିକ ଭାବରେ କାର୍ଯ୍ୟରେ ଲଗାଯାଉନାହିଁ। ସଂଖ୍ୟାଧିକ କ୍ଷେତ୍ରରେ ମନୁଷ୍ୟକୃତ କାରଣରୁ ନଦୀଜଳ ପ୍ରଦୂଷିତ ହେଉଛି। ଏହାଛଡା କଳକାରଖାନାର ନିର୍ଗତ ଦୂଷିତ ପଦାର୍ଥର ପ୍ରବେଶ ଯୋଗୁଁ ସଂଖ୍ୟାଧିକ ସ୍ଥାନରେ ନଦୀର ଜଳ କେବଳ ଦୂଷିତ ନୁହେଁ ବିଷାକ୍ତ ହେବାରେ ମଧ୍ୟ ଲାଗିଛି।

ନଦୀଜଳରେ ପ୍ରଦୂଷଣ କମିବା ପରିବେର୍ତ୍ତ ବଢି ଚାଲୁଥିବାରୁ ଭୂତଳ ଜଳସମ୍ପଦ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଏହା ଦ୍ଵାରା ଗୃହପାଳିତ ପଶୁମାନେ ପ୍ରଭାବିତ ହେଉଛନ୍ତି। ପ୍ରଦୂଷିତ ନଦୀଜଳ ଚାଷଜମି ପାଇଁ ମଧ୍ୟ ଚିନ୍ତାର କାରଣ ହେଉଛି।

ନଦୀଜଳରେ ପ୍ରଦୂଷଣ କମିବା ପରିବେର୍ତ୍ତ ବଢି ଚାଲୁଥିବାରୁ ଭୂତଳ ଜଳସମ୍ପଦ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଏହା ଦ୍ଵାରା ଗୃହପାଳିତ ପଶୁମାନେ ପ୍ରଭାବିତ ହେଉଛନ୍ତି। ପ୍ରଦୂଷିତ ନଦୀଜଳ ଚାଷଜମି ପାଇଁ ମଧ୍ୟ ଚିନ୍ତାର କାରଣ ହେଉଛି।

Comment