ଓଡ଼ିଶାଲାଇଭ୍ ବ୍ୟୁରୋ

ଭି ଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର ହେବା ପରେ କଫି ଡେ’ ଏଣ୍ଟରପ୍ରାଇଜର୍ସ ଲିମିଟେଡ୍‌ ଏସ୍‌ ଭି ରଙ୍ଗନାଥଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି। ରଙ୍ଗନାଥ କଫି ଡେ’ କମ୍ପାନିର ସ୍ୱାଧୀନ ନିର୍ଦ୍ଦେଶକ ରହିଥିଲେ। ଏହାସହ ନୀତିନ ବାଗ୍‌ମେନଙ୍କୁ ଅନ୍ତରୀଣ ଚିଫ୍ ଅପରେଟିଙ୍ଗ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି।

ଅଗଷ୍ଟ ୮ରେ କଫି ଡେ’ କମ୍ପାନିର ବୋର୍ଡ ଅଫ୍ ଡିରେକ୍ଟର୍ସମାନଙ୍କ ବୈଠକ ବସିବ। ଏଥିରେ ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା କରାଯିବ।

ଗତ ସୋମବାର ସନ୍ଧ୍ୟାରୁ ସିଦ୍ଧାର୍ଥ ହଠାତ ନିଖୋଜ ହୋଇଯାଇଥିଲେ। ୩୬ ଘଣ୍ଟା ପରେ ନେତ୍ରାବତୀ ନଦୀରୁ ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Comment