ଓଡ଼ିଶାଲାଇଭ ବ୍ୟୁରୋ

ବିଦ୍ୟୁତ ବିଲ ନଦେଇ ହେଲମେଟ ପାଇଁ ଆଇନ କାନୁନ ପଢ଼ାଉଥିଲେ ପୋଲିସ ବାବୁ ପରେ ପାନେ ଦେଲେ ବିଦ୍ୟୁତ କର୍ମଚାରୀ। ଏଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶ ଫିରୋଜାବାଦରେ। ଜଣେ ବିଦ୍ୟୁତ କର୍ମଚାରୀ ବିନା ହେଲମେଟରେ ଯାଉଥିବା ବେଳେ ତାଙ୍କଠୁ ଜରିମାନା ଆଦାୟ କରିଥିଲେ ପୋଲିସ। ହେଲେ ପରବର୍ତ୍ତୀ ସମୟରେ ପୋଲିସଙ୍କୁ ଏଥିରେ ନାକେଦମ ହେବାକୁ ପଡ଼ିଛି। ପୋଲିସ ଷ୍ଟେସନରେ ବିଦ୍ୟୁତ ବିଲ ବାକି ଥିବାରୁ ବିଦ୍ୟୁତ ସଂଯୋଗ କାଟି ଦେଇଛନ୍ତି କର୍ମଚାରୀ ଜଣକ।

ବିଦ୍ୟୁତ କର୍ମଚାରୀ ଶ୍ରୀନିବାସ ବିନା ହେଲମେଟରେ ବାଇକରେ ଯାଉଥିବା ବେଳେ ପୋଲିସ ତାଙ୍କୁ ଧରିଥିଲେ। ପରେ ତାଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ବାଧ୍ୟ କରିଥିଲେ। ଶ୍ରୀନିବାସ ତାଙ୍କୁ ବୁଝାଇଥିଲେ ଯେ ସେ ତାଙ୍କ କାମରେ ଆସିଛନ୍ତି ସେ ଜଣେ ବିଦ୍ୟୁତ କର୍ମଚାରୀ। ପରେ ବହୁତ ଅନୁରୋଧ ମଧ୍ୟ ହୋଇଥିଲେ।

ଏହି ଘଟଣାରେ ଶ୍ରୀନିବାସ କହିଛନ୍ତି, “ମୁଁ ଆମ ଜୁନିଅର ଇଞ୍ଜିନିୟରଙ୍କ ସହ ପୋଲିସ କର୍ମଚାରୀଙ୍କୁ କଥା କରାଇଥିଲି। ସେ ମୋତେ କ୍ଷମା କରିବାକୁ ତାଙ୍କୁ କହିଥିଲେ। ମାତ୍ର ସେ ଶୁଣିନଥିଲେ।“

୫୦୦ଟଙ୍କା ଜରିମାନା ଦେବା ପରେ ପ୍ରତିଶୋଧ ନେବା ପାଇଁ ଉପାୟ କରିଥିଲେ। ପୋଲିସ ଷ୍ଟସେନର ବିଦ୍ୟୁତ ସଂଯୋଗ କାଟି ଦେଇଥିଲେ। ବିନା ହେଲମେଟରେ ବାଇକ ଚଲାଇଥିବାରୁ ପୋଲିସ ତାଙ୍କୁ ଆଇନ କାନୁନ ପଢ଼ାଇଥିଲା। ହେଲେ ପରେ ସେ ପୋଲିସଙ୍କୁ ବିଦ୍ୟୁତ ଆଇନ ପଢ଼ାଇଥିଲେ।

ପୋଲିସ ଷ୍ଟେସନରେ ୨୦୧୬ରେ ୬ଲକ୍ଷ ୬୨ହଜାର ୪୬୩ ଟଙ୍କା ଦେଇଥିଲେ। ଏହାପରେ ବି ପୋଲିସ ଷ୍ଟେସନରେ ୭ଲକ୍ଷ ଟଙ୍କା ବିଦ୍ୟୁତ ବିଲ ବାକି ପଡ଼ିଛି। ୨୦୧୭ ପରଠୁ କୌଣସିବି ଟଙ୍କା ପୋଲିସ ଷ୍ଟେସନ ଦେଇନଥିବା କହିଛନ୍ତି ଶ୍ରୀନିବାସ।

ଜଣେ ପୋଲିସ କର୍ମଚାରୀଙ୍କ କହିବାନୁସାରେ ଶ୍ରୀନିବାସ ତାଙ୍କ ବରିଷ୍ଠ ଅଫିସରଙ୍କ ବିନା ଅନୁମତିରେ ଏଭଳି କାର୍ଯ୍ୟ କରିଛନ୍ତି। ପ୍ରାୟ ୪ ଘଣ୍ଟା କାଳ ସେ ପୋଲିସ ଷ୍ଟେସନ ବିଦ୍ୟୁତ କାଟିଥିଲେ।

LEAVE A REPLY

Please enter your comment!
Please enter your name here