ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର ଟାଉନ ପୋଲିସକୁ ପୁଣି ଏକ ସଫଳତା ମିଳିଛି। ଏକ ବୋଲେରୋ ଗାଡ଼ିରେ ଗଞ୍ଜେଇ ଚାଲାଣ ଉପରେ ଚଢ଼ଉ କରିଛି ପୋଲିସ୍‌। ଏହି ଘଟଣାରେ ୨ ଜଣଙ୍କୁ ପୋଲିସ୍‌ ଗିରଫ କରିଥିବା ବେଳେ ସେମାନଙ୍କ ପାଖରୁ ୭୨ କିଲୋଗ୍ରାମର ଗଞ୍ଜେଇ ଭର୍ତ୍ତି ବସ୍ତା ଜବତ କରିଛି।

ଜୟପୁର ଗ୍ଲୋକାଲ ମେଡିକାଲ-ଜୟନଗର ବାଇପାସ ରାସ୍ତା ପାଖରେ ପୋଲିସ୍‌ ଏହି ବୋଲେରୋ ଉପରେ ଚଢାଉ କରିଥିଲା। ଗିରଫ ଚାଲାଣକାରି ମାନେ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଲକ୍ଷ୍ମଣ ଝଙ୍କାର ଓ ବାଲେଶ୍ୱର ନାୟକ।

ପୋଲିସ୍‌ ସେମାନଙ୍କଠାରୁ ଗଞ୍ଜେଇ ସହିତ ମୋବାଇଲ ଫୋନ ଜବତ କରିଛି। ଚାଲାଣକାରୀଙ୍କ ନାମରେ  ୧୬୩/୧୯ ମାମଲା ରୁଜୁ କରି ପୋଲିସ୍‌ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

Comment