ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଫଟୋ: ଶୁଭ୍ରାଂଶୁ ଶେଖର ମହାପାତ୍ର, ଓଡ଼ିଶାଲାଇଭ୍)

  • ପ୍ରିଲିମ୍ସ – ଜୁନିଅର ବିଭାଗର ପ୍ରତିଯୋଗିତା ଶେଷ
  • ୮ଟି ଟିମ୍ ଫାଇନାଲକୁ ଉନ୍ନୀତ
  • ୪ ଅଗଷ୍ଟ ଅପରାହ୍‌ଣ ୨ଟାରେ ଜୁନିଅର ବର୍ଗର ଗ୍ରାଣ୍ଡ ଫିନାଲେ
  • କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି କୁଇଜ୍‌ ମାଷ୍ଟର ଅଜୟ ପୁନିଆ

ଓଡ଼ିଶାପୋଷ୍ଟ ମେଟଲ ମିଟ୍‌ ଚତୁର୍ଥ ସଂସ୍କରଣର ପ୍ରିଲିମ୍ସ ରାଉଣ୍ଡ ଶନିବାର ଶେଷ ହୋଇଛି। ଏହି ସଂସ୍କରଣର ପ୍ରଥମ ପର୍ଯ୍ୟାୟରେ ଜୁନିୟର୍ ବିଭାଗର ୮ଟି ଟିମ୍ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି।

ଫାଇନାଲକୁ ଯାଇଥିବା ୮ଟି ଟିମ୍‌ ହେଲେ ଭୁବନେଶ୍ୱରର ସାଇ ଇଣ୍ଟରନାସନାଲ ସ୍କୁଲ, ବକ୍ସି ଜଗବନ୍ଧୁ ଇଂଲିଶ ମିଡିୟମ ସ୍କୁଲ, ଓଡିଏମ୍‌ ପବ୍ଲିକ ସ୍କୁଲ, ଡିଏଭି ପୋଖରୀପୁଟ, ଡିଏଭି ପବ୍ଲିକ ସିଡିଏ, ଡିଏଭି ୟୁନିଟ୍‌-୮, ରାଉରକେଲାର ସେଣ୍ଟ ପଲ୍‌, ମଦର ପବ୍ଲିକ ସ୍କୁଲ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି।

ରାଉରକେଲାର ସେଣ୍ଟ ପଲ୍‌ସ ଏବଂ କଟକ ସିଡିଏସ୍ଥିତ ଡିଏଭି ପବ୍ଲିକ ସ୍କୁଲ ଗୋଲଡେନ ଟିକେଟ ହାସଲ କରିଛନ୍ତି।

ବର୍ତ୍ତମାନ ସିନିଅର୍ ବିଭାଗର ପ୍ରିଲିମ୍ସ ରାଉଣ୍ଡ୍ ଜାରି ରହିଛି। ମେଟଲ ମିଟ୍‌ର ଚତୁର୍ଥ ସଂସ୍କରଣକୁ ପରିଚାଳନା କରୁଛନ୍ତି କୁଇଜ୍ ମାଷ୍ଟର ଅଜୟ ପୁନିଆ।

ଚଳିତ ବର୍ଷ ସିନିଅର ବର୍ଗରେ ୪୬ଟି ଟିମ୍‌ ଭାଗ ନେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ, ପେସାଦାର ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ ପ୍ରମୁଖ କଲେଜର ଛାତ୍ରଛାତ୍ରୀ।

ସେହିପରି ଜୁନିଅର ବର୍ଗରେ ୪୩ଟି ଟିମ୍‌ ଏଥର ଲଢ଼େଇରେ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ବାଲେଶ୍ୱର ଓ ରାଉରକେଲା ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ ଅବସ୍ଥିତ ପ୍ରତିଷ୍ଠିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ।

ଅଗଷ୍ଟ ୪ ତାରିଖ ରବିବାର ଦିନ ହେବାକୁ ଥିବା ଗ୍ରାଣ୍ଡ ଫିନାଲେର ବିଭିନ୍ନ କାର୍ଯ୍ୟକ୍ରମର ଲାଇଭ୍‌ ଷ୍ଟ୍ରିମିଂ କରାଯିବ। ଅପରାହ୍‌ଣ ୨ଟାରୁ ଜୁନିଅର ବର୍ଗ ଏବଂ ସନ୍ଧ୍ୟା ୬ଟାରୁ ସିନିଅର ବର୍ଗର ଚୂଡ଼ାନ୍ତ ପ୍ରତିଯୋଗିତା ପ୍ରସାରିତ ହେବ। ସେହିପରି ରାତି ୮ଟାରେ ହେବାକୁ ଥିବା ପୁରସ୍କାର ପ୍ରଦାନ ସମାରୋହର ମଧ୍ୟ ଲାଇଭ୍‌ ଷ୍ଟ୍ରିମିଂ କରାଯିବ।

Comment