ଓଡ଼ିଶାଲାଇଭ୍ ବ୍ୟୁରୋ

  • ଗ୍ରାଣ୍ଡଫିନାଲେ ଜୁନିଅର ବର୍ଗରେ କଡ଼ା ଟକ୍କର
  • ପ୍ରଥମ ସ୍ଥାନରେ ମଦର୍ସ ପବ୍ଲିକ ସ୍କୁଲ
  • ଦ୍ୱିତୀୟ ସ୍ଥାନରେ ଡିଏଭି,ୟୁନିଟ୍‌-୮- ଭୁବନେଶ୍ୱର
  • ତୃତୀୟ ସ୍ଥାନରେ ଡିଏଭି, ସିଡିଏ-କଟକ
  • କୁଇଜ୍ ମାଷ୍ଟର ଅଜୟ ପୁନିଆଙ୍କ ଦମଦାର ପ୍ରଶ୍ନର ଉତ୍ତର ଦେଲେ ପ୍ରତିଯୋଗୀ

ଓଡ଼ିଶାପୋଷ୍ଟ ମେଟଲ୍‌ ମିଟ୍ ଚତୁର୍ଥ ସଂସ୍କରଣ ଜୁନିଅର ବିଭାଗର ଗ୍ରାଣ୍ଡଫିନାଲେ ଶେଷ ହୋଇଛି। ଜୁନିଅର ବିଭାଗର ମୋଟ ୮ଟି ଟିମ୍‌ରୁ ଶ୍ରେଷ୍ଠ ୩ଟି ଟିମ୍‌କୁ ବଛା ଯାଇଛି। ମଦର୍ସ ପବ୍ଲିକ୍ ସ୍କୁଲ-ଭୁବନେଶ୍ଵର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଡିଏଭି ପବ୍ଲିକ୍ ସ୍କୁଲ- ୟୁନିଟ୍‌ ୮ ଦ୍ୱିତୀୟ ଏବଂ ଡିଏଭି ପବ୍ଲିକ୍ ସ୍କୁଲ-ସିଡିଏ କଟକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

୨୦୧୮ରେ ମଧ୍ୟ ମଦର ପବ୍ଲିକ ସ୍କୁଲ-ଭୁବନେଶ୍ୱର ପ୍ରଥମ ସ୍ଥାନ ଅଧିକାର କରିଥିଲା।

ଜୁନିଅର ବିଭାଗର ଏହି ଶ୍ରେଷ୍ଠ ୩ଟି ଟିମ୍‌କୁ ଆଜି ହେବାକୁ ଥିବା ବିଶେଷ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ।

ଗ୍ରାଣ୍ଡଫିନାଲେକୁ ନେଇ ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଶ୍ରେଷ୍ଠ ୩ଟି ସ୍ଥାନରେ ରହିବା ପାଇଁ ସମସ୍ତ ଟିମ୍‌ ପ୍ରୟାସ ଜାରି ରଖିଥିଲେ। କୁଇଜ୍ ମାଷ୍ଟର ଅଜୟ ପୁନିଆଙ୍କଠାରୁ ଆସୁଥିବା ପ୍ରଶ୍ନର ମଜାଦାର ଉତ୍ତର ଦେଇଥିଲେ ପ୍ରତିଯୋଗୀ। ଅପରାହ୍‌ଣ ୨ଟାରୁ ଜୁନିୟର ବିଭାଗର ଗ୍ରାଣ୍ଡଫିନାଲେ ଆରମ୍ଭ ହୋଇଥିଲା।

ଜୁନିଅର ବର୍ଗର ଶ୍ରେଷ୍ଠ ତିନିଟି ଟିମ୍‌କୁ ଶୁଭେଛା ଜଣାଇଥିଲେ ଓଡ଼ିଶାପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀ।ସ୍ୱତନ୍ତ୍ର ଉତ୍ସବରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଟିମ୍‌କୁ ଟ୍ରଫି ସହ ୧ ଲକ୍ଷ, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଟିମ୍‌କୁ ଟ୍ରଫି ସହ ୫୦ ହଜାର ଟଙ୍କା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଟିମ୍‌କୁ ଟ୍ରଫି ସହ ୨୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା।

ଆଇଏଏସ୍‌ ଭିନିଲ କ୍ରୀଷ୍ଣା, ଓଡ଼ିଶାପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀ, ଟିମ୍‌ର ସିଏମ୍‌ଡି ନିଶିକାନ୍ତ ମିଶ୍ର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଟିମ୍‌କୁ ପୁରସ୍କୃତ କରିଥିଲେ।

ପ୍ରିଲିମ୍ସ ରାଉଣ୍ଡରୁ ଗ୍ରାଣ୍ଡଫିନାଲେକୁ ୮ଟି ଟିମ୍ ଯାଇଥିଲେ। ଭୁବନେଶ୍ୱରର ସାଇ ଇଣ୍ଟରନାସନାଲ ସ୍କୁଲ, ବକ୍ସି ଜଗବନ୍ଧୁ ଇଂଲିଶ ମିଡିୟମ ସ୍କୁଲ, ଓଡିଏମ୍‌ ପବ୍ଲିକ ସ୍କୁଲ, ଡିଏଭି ପୋଖରୀପୁଟ, ଡିଏଭି ପବ୍ଲିକ ସିଡିଏ, ଡିଏଭି ୟୁନିଟ୍‌-୮, ରାଉରକେଲାର ସେଣ୍ଟ ପଲ୍‌, ମଦର ପବ୍ଲିକ ସ୍କୁଲ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା।

ମେଟଲ୍‌ ମିଟ୍‌ ଗ୍ରାଣ୍ଡଫିନାଲେର ସମସ୍ତ କାର୍ଯ୍ୟକ୍ରମର ଲାଇଭ୍‌ ଷ୍ଟ୍ରିମିଂ କରାଯାଇଥିଲା। ମେଟଲ୍‌ ମିଟ୍‌ ଫେସ୍‌ବୁକ୍‌ ପେଜ୍‌ ଏବଂ ଓଡ଼ିଶାପୋଷ୍ଟର ୟୁଟ୍ୟୁବ୍‌ ଚ୍ୟାନେଲରେ ଲାଇଭ୍‌ ଷ୍ଟ୍ରିମିଂ କରାଯାଇଥିଲା।

Comment